jsm

କବିତା ସଂକଳନ ‘ଅନ୍ତିମ ଅଭିଳାଷ’ ଉନ୍ମୋଚିତ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲେଖିକା ବୁନି ତ୍ରିପାଠୀଙ୍କ କବିତା ସଂକଳନ ‘ଅନ୍ତିମ ଅଭିଳାଷ’ ଏବଂ କୌଶଲ୍ୟା ସାହିତ୍ୟ ସଂସଦ ପରିଷଦ ପକ୍ଷରୁ ପ୍ରକାଶିତ ତ୍ରୟୋମାସିକ ସାହିତ୍ୟ ପତ୍ରିକା ‘ବୋଉ’ ସ୍ଥାନୀୟ ୟୁନିଟ୍-୯ସ୍ଥିତ ଜନକଲ୍ୟାଣ ଭବନଠାରେ ଲୋକାର୍ପିତ ହୋଇଯାଇଛି । ସହିଦ୍ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଚିତ୍ତରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ଅସିତ୍ ଦାସ, ସ୍ତମ୍ଭକାର ନାରାୟଣ ମହାନ୍ତି ଯୋଗଦେଇ ସମାଜରେ ସାହିତ୍ୟ ମାଧ୍ୟମରେ ବ୍ୟାପକ ପରିବର୍ତ୍ତନ ହୋଇପାରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅନୁରକ୍ତି ଭାବ ବୃଦ୍ଧି ପାଇବ ବୋଲି ପ୍ରକାଶ କରିଥିଲେ । ‘ବୋଉ’ ସଂପାଦକ ସଂଜୟ କୁମାର ଚୌଧୁରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.