jsm

ଟିଓଏମ୍‍ ପିଏଲ୍‍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

csstore

ରେଙ୍ଗାଲି : ଟିଓଏମ୍‍ ପିଏଲ୍‍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ତଲାବିରା ସ୍ଥିତ ଓଡ଼ିଶା ମାଇନିଂ ପ୍ରାଇଭେଟ୍‍ ଲିମିଟେଡ୍‍ କମ୍ପାନୀ ପକ୍ଷରୁ ଗତକାଲି ତଲାବିରା କୋଇଲା ପ୍ରକଳ୍ପ (୨) ଏବଂ (୩) ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଭିମ୍‍ସାର୍‍ ବୁର୍ଲା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ରକ୍ତ ଭଣ୍ଡାରର ସହଯୋଗ ଅନୁଷ୍ଠିତ ଏହି ଶିବିରରେ ୧୪୪ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଥିଲା । ସଂଗୃହୀତ ରକ୍ତ ୪୩୨ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇ ପାରିବ ବୋଲି ଡାକ୍ତରଙ୍କ ମତ । ଏହି ଶିବିରରେ ଖିଣ୍ଡା ପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂହ, ଅଦାନୀ କମ୍ପାନୀର ଉପ-ସଭାପତି ପ୍ରସନ୍ନ କୁମାର ପଣ୍ଡା, ମାନବ ସମ୍ଭଳ ଅଧିକାରୀ ଏମ୍‍.କେ ପନଓାର୍‍, ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଏବଂ ସଦସ୍ୟ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.