oom

ସମ୍ବିଧାନ ସଚେତନତା ସମ୍ମିଳନୀ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ସ୍ଥିତ ମଙ୍ଗଳ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ସମ୍ବିଧାନ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀକୁ ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠାତା ତଥା ଆଇନଜୀବୀ ତ୍ରିଲୋଚନ ପୁଞ୍ଜି ସଭା ସଂଚାଳନ କରିଥିଲେ । ସଂଗଠନର କେନ୍ଦ୍ରୀୟ ସଭାପତି ଲୋଚନ ବରିହାଙ୍କ ସଭାପତିତ୍ୱରେ ମଞ୍ଚରେ ମୁଖ୍ୟ ଅତିଥି ଭାବେ ପରିବେଶ ବିତ୍‌ ତଥା ଗ୍ରୀନ ନୋବେଲ ପୁରସ୍କାର ବିଜେତା, ଜନ ଆନ୍ଦୋଳନମାନଙ୍କର ନେତା, ଏନ.ଏ. ପି. ଏମ ରାଷ୍ଟ୍ରୀୟ ଉପଦେଷ୍ଟା, ସଭାପତି ଲୋକମୁକ୍ତି ଅଭିଯାନ ଓଡିଶା ପ୍ରଫୁଲ୍ଲ ସାମନ୍ତରା ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ ।

ସଭା ଆରମ୍ଭ ପରେ ପ୍ରଫୁଲ ସାମନ୍ତରାଙ୍କ ଦ୍ୱାରା ଲିଖିତ ପୁସ୍ତକ “ଆମ ଭବିଷ୍ୟତ କେତେ ସୁରକ୍ଷିତ”କୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିବା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଫନିନ୍ଦମ ସିଂଦେଓ ଓ ଲିଙ୍ଗରାଜ ଆଜାଦ ଲୋକାର୍ପଣ କରିବା ସହ ମୁକବନ୍ଧ ପଠନ ଓ ଉପସ୍ଥିତ ଅତିଥିଙ୍କୁ ଶପଥ ପାଠ କରାଇ ଥିଲୋ ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକଙ୍କ ସମସ୍ୟା ଉପରେ ଖଡ଼ିଆଳ ସ୍ୱୟଂ ଶାସିତ କଲେଜ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ପଦ୍ମ ଲୋଚନ ବର୍ମା ଉଦ୍‌ବୋଧନ ଦେଇଥିଲେ । କୃଷି ଓ କୃଷକ ସମସ୍ୟା ଉପରେ କୃଷକ ସଂଘର୍ଷ ଅଭିଯାନ ଆବାହକ ପ୍ରସ୍ତାବିତ ସାହାରା ପାୱାର ପ୍ଲାଣ୍ଟ, ଏନ ଏ ପି ଏମ ଉପଦେଷ୍ଟା ବାଳକୃଷ୍ଣ ଷାଣ୍ଢ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସମ୍ବିଧାନ, ଜନଆନ୍ଦୋଳନ, ଶାସନର ଵିଧି ବ୍ୟବସ୍ଥା, ଉପରେନିୟମ ଗିରି ସୁରକ୍ଷା ସମିତି, ରାଷ୍ଟ୍ରୀୟ ଅଧକ୍ଷ ସମାଜବାଦୀ ଜନ ପରିଷଦ ତଥା ଖ୍ୟାତି ସମ୍ପହ୍ନ ସଂଘର୍ଷ ସିଲ ନେତା ଲିଙ୍ଗରାଜ ଆଜାଦବକ୍ତବ୍ୟ ପ୍ରଦାନ କରିଥିବା ବେଳେ, ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତି ରାଜ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଉପରେ ସାମାଜିକ କର୍ମୀ ସୁରଥ ବେହେରା, ବିସ୍ଥାପନ, କ୍ଷତିପୂରଣ ଥଇଥାନ ଓ ପୁନର୍ବାସ ଉପରେ ସଭାପତି ଲୋୟେର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ନିତ୍ୟାନନ୍ଦ ପ୍ରଧାନ ଓ ସତ୍ୟବାନ ବଂଛୋରଆଲୋକ ପାତ କରିଥିଲୋ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା, ଅଭିମନ୍ୟୁ ନାଗ, ସତ୍ୟରାୟ, ଚନ୍ଦ୍ର ଶେଖର ନାଗ ଅଞ୍ଜଳୀପ୍ରଭା ରାୟ, ଜୟ କିଷାନ, ଆନ୍ଦୋଳନର ଆବାହକ ପୂର୍ଣ୍ଣ ବିଶ୍ୱାଳ ପ୍ରମୁଖ ସୁଚିନ୍ତିତ ମତ ପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ ଜିନ୍ଦାବାଦ ସଂଗଠନର କର୍ମକର୍ତ୍ତା ଦେବରାଜ ବୁଡ଼େକ, ବନବାସ ସାଣ୍ଡ, ଗଙ୍ଗାଧର ମାଝି, ସତ୍ୟ ସୁନ୍ଦର ସାଗରୀୟା, ଗୋଲାପ ନିହାଲ, ଡୋଳାମାଣି ବଂଛୋର, ସୁଶ୍ରୀ ଅର୍ଣ୍ଣ ପୂର୍ଣ୍ଣା ମହାଳିଙ୍ଗ, ହେମାଙ୍ଗିନୀ ମହାଳିଙ୍ଗ, ଭାରତୀ ମାଝି, ମିଳନ ପୁଞ୍ଜି, ପ୍ରଶାନ୍ତ ପାରୁହା ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାପାଇଁ ସହଯୋଗ କରିଥିଲୋ ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ସ୍ୱୟଂ ଶାସିତ କଲେଜର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଵା ବେଳେ, ଖପ୍ରାଖୋଲ ବେଲପଡା, ତୁରେକେଲା, ବଙ୍ଗୋମୁଣ୍ଡା, ପାଟଣାଗଡ, ମୁରିବାହାଲ, ଟିଟିଲାଗଡର ଶତାଧିକ ପୁରୁଷ, ମହିଳା, ଦାଦନ ଶ୍ରମିକ, ବିସ୍ଥାପିତ ଜନସାଧାରଣ ଯୋଗ ଦେଇ ଥିବା ବେଳେ, ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.