jsm

ସୋପାନ ଯୋଜନା ଉପରେ ଆଲୋଚନା ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଓଡିଶା ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଚାଲିଥିବା ସୋପାନ ଯୋଜନା ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି (ଖ) କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନା ସଭାରେ ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ତଥା ରକ୍ଷକ ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ । ସୋପାନ ଯୋଜନାରେ ଗର୍ଭବତୀ ମାଆ ଓ କିଶୋରୀ ବାଳିକାମାନଙ୍କୁ ପ୍ରତି ଶନିବାର ସିଝା ଅଣ୍ଡା ଓ ଲେମ୍ବୁ ପାଣି ଦେବାର ବ୍ୟବସ୍ଥା ଉପରେ ଶ୍ରୀ ଦାଶ ଆଲୋକପାତ କରିଥିଲେ । ଉଭୟେ ସୁଷମ ଖାଦ୍ୟ ଖାଇଲେହିଁ ଏକ ସୁସ୍ଥ ସୁନ୍ଦର ସମାଜ ଗଠିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ସଙ୍ଗୀତା ବଏ ଉଦ୍ଦେଶ୍ୟ ଞାପନ କରିବା ସହ କୁମୁଦିନୀ ମାଝୀ, ଜୟକାନ୍ତୀ ମାଝୀ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.