jayashree

ଗାଈ ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦାଲପୁର ପଞ୍ଚାୟତର ଛୋଟାଗୁଡାର ଲଛୁ ଭତ୍ରା(୬୫) ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ସକାଳୁ ବୃଦ୍ଧ ଜଣଙ୍କ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀ ଏହା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଓ ବନବିଭାଗ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । ବନବିଭାଗ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ, ବୃଦ୍ଧ ଜଣଙ୍କର ସ୍ଵାସ୍ଥ୍ୟବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.