jsm

ବରିଷ୍ଠ କମ୍ୟୁନିଷ୍ଟ ନେତାଙ୍କ ବିୟୋଗ

csstore

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ବରିଷ୍ଠ ବାମପନ୍ଥୀ ନେତା ତ୍ରିନାଥ ବେହେରାଙ୍କ ଅକସ୍ମାତ ବିୟୋଗରେ ରମ୍ଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ବେହେରା ରମ୍ଭା ଟିକରପଡା ସାହିର ଜଣେ ଜଣା ଶୁଣା ସାମାଜ ସେବୀ, କର୍ମ ନିପୁଣା, ବରିଷ୍ଠ ବାମପନ୍ଥୀ ନେତା ଓ ପୂର୍ବତନ କାଉନସିଲର ରହି ଆସିଥବା ବେଳେ ସେ ଅନେକ ସାମାଜିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରି ପ୍ରତିଷ୍ଠିତ ହୋଇଥିଲେ । ତୁଙ୍ଗନେତାଙ୍କୁ ହରାଇ ରମ୍ଭା ସିପିଆଇ ପକ୍ଷରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଥୀ ପୂର୍ଣ୍ଣ ରଥଙ୍କ ସଭାପତିତ୍ୱରେ ପାର୍ଟି କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତି ଚାରଣ ସଭା ସହ ବିୟୋଗ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଉପସ୍ଥିତ ବ୍ୟକ୍ତିମାନେ ଠିଆ ହୋଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛତ୍ରପୁର ବାମପନ୍ଥୀ ବିଧାୟକ ଏଜ ନାରାୟଣ ରେଡ୍ଡୀ, ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାସ, ଯୁବକ ନେତା ସାଥୀ ପ୍ରଦୀପ ସେଠି, ପୂର୍ବତନ କାଉନସିଲର କ୍ଷେତ୍ରବାସୀ ନାୟକ, ନାରାୟଣ ନାୟକ, ସଦାନନ୍ଦ ନାୟକ, ଶ୍ରମିକ ନେତା ଜେ. ଭାସ୍କର ପାତ୍ର, ଦଣ୍ଡପାଣି ପାତ୍ର, ଏମ ରାମଚନ୍ଦ୍ର ପାତ୍ର, ନିରାକାର ବେହେରା, ଲୋକନାଥ ପାତ୍ର, ସନିଆ ବେହେରା, ବିଶ୍ୱନାଥ ପାତ୍ର, ଜ୍ୟୋତି କୃଷ୍ଣ ସେଠି, ଏନ ମାଧବ ରାଓ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ନେତା ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.