pakka

ସୁଖମୟ ଜୀବନ ପାଇଁ ମହିଳାମାନେ ଏହି ଦିଗ ଉପରେ ନଜର ଦିଅନ୍ତୁ

bbehera
  • ସୁଶ୍ରୀ ସ୍ନେହଲତା

ମନରେ ସବୁବେଳେ ପରିବାର ଚିନ୍ତା । ନିକଟତମ ଏବଂ ପ୍ରିୟଜନଙ୍କ ପ୍ରତ୍ୟେକ ସୁଖ ଏବଂ ଆବଶ୍ୟକତାର ଯତ୍ନ ! କିନ୍ତୁ ଏଭଳି ଉତ୍ସାହ ସହିତ ନିଜ ପାଇଁ କେବେ ଭାବୁଛନ୍ତି କି ? ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯାତ୍ରାରେ ନିଜର ମଧ୍ୟ ଯତ୍ନର ଆବଶ୍ୟକ ରହିଛି । ଜୀବନ ଯାତ୍ରାରେ ସଫଳ ହେବାକୁ ହେଲେ ନିଜକୁ ବି ଭଲ ପାଇବାକୁ ହୁଏ ।

ପାଣିରେ ଖେଳିବା, ଚିତ୍ର ଆଙ୍କିବା, ମାଟିରେ ବିଭିନ୍ନ ଜିନିଷ ତିଆରି କରିବା, ହସିବା ଏବଂ ସାଙ୍ଗ ସହିତ ଥଟ୍ଟା ହେବା ଭଳି ପିଲାଦିନର କିଛି ସ୍ମୃତି, ଯାହା ସମୟ ଏବଂ ଦାୟିତ୍ୱ ସହିତ ଜଡ଼ିତ ହୋଇ ରହିଥାଏ । ସମୟ ପାଇଲେ ନିଜ ପିଲା ଦିନର ସାଂଗଙ୍କ ସହିତ କଥା ହୁଅନ୍ତୁ, ଅନୁଭବ ବାଂଟନ୍ତୁ ଏବଂ ନିଜ ପାଇଁ କିଛି ସମୟ ହସନ୍ତୁ ନିହାତି ।

କିନ୍ତୁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ନିଜ ପାଇଁ ସମୟ ବାହାର କରିବା ଜଣେ ମହିଳା ଭାବିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଏହାଦ୍ୱାରା ସେମାନେ ନିଜକୁ ଅବହେଳା କରିବା ସହିତ ନିଜ ସ୍ୱାସ୍ଥ୍ୟାବସ୍ଥା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ଦେହ ଅସୁସ୍ଥ ଥିବା ସତ୍ୱେ ଘରର କର୍ମ ଜଂଜାଳ ଏବଂ ଅନ୍ୟମାନଙ୍କ ଯତ୍ନ ପାଇଁ ସବୁବେଳେ ବ୍ୟସ୍ତ ରୁହନ୍ତି ।

ଏଣୁ ଆମକୁ ଜାଣି ରଖିବାକୁ ହେବ ଯେ, ନିଜ ସ୍ୱାସ୍ଥ୍ୟ ଠିକ୍‌ ରହିଲେ ଆମେ ଅନ୍ୟମାନଙ୍କ ଯତ୍ନ ଠିକ୍‌ ଭାବରେ ନେଇ ପାରିବା । ନିଜକୁ ଯେତେ ହାଲୁକା କରିଦେଇ ପାରିବା, ସେତିକି ଦାୟିତ୍ୱ ନିଭାଇବା ପାଇଁ ଆମ ଭିତରେ ଉତ୍ସାହ ସୃଷ୍ଟି ହେବ ।

Leave A Reply

Your email address will not be published.

5 × one =