Yearly Archives

2025

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଦୀର୍ଘ ୧୮ ଦିନର ଆନ୍ଦୋଳନ ସ୍ଥଗିତ

କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ପ୍ରମୁଖ ୧୦ ଦଫା ଦାବି ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଶନିବାରଠାରୁ ସ୍ଥଗିତ ରଖାଯାଇଛି । ଏହି ଆନ୍ଦୋଳନ ଗତ ମାସ ୧୮ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ତାହା ୧୮ ଦିନରେ ପହଞ୍ଚିଥିଲା ।
Read More...

ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

ବୌଦ୍ଧ : ବୌଦ୍ଧ ଥାନା ଖୁଣ୍ଟବନ୍ଧ ନିକଟରେ ଶନିବାର ଦିନ ପ୍ରାୟ ୧୧ ଟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସିଦ୍ଧେଶ୍ୱର ରାଓ ଆହତ ହୋଇଛନ୍ତି । ସୂଚନା ମୁତାବକ, ତେଲେଙ୍ଗାନା ରାଜ୍ୟରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ବୌଦ୍ଧ ଆସୁଥିବା ବେଳେ
Read More...

କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ସହ ଶ୍ରଦ୍ଧାଳୁଙ୍କ ସହ ରଥ ଟାଣିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ‘ଶାବର ଶ୍ରୀକ୍ଷେତ୍ର’ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ ।
Read More...

ନୂତନ ଦୂର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରଜାପଡା ସ୍ଥିତ ଦୁର୍ଗାପୂଜା କାର୍ଯ୍ୟାଳୟଠାରେ ଦୁର୍ଗାପୂଜା ପ୍ରସ୍ତୁତି ନେଇ ପ୍ରତାପ ମିଶ୍ରଙ୍କ ଅଧକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ଗତ ବର୍ଷର ବାର୍ଷିକ ବିବରଣ ପଠନ କରାଯାଇଥିଲା । ପରେ ୨୦୨୫ ପାଇଁ ସାର୍ବଜନୀନ ନୂତନ
Read More...

କଲ୍ୟାଣପୁର ମହାବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନ ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର କଲ୍ୟାଣପୁର ଊଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବନ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ପ୍ରଜାତିର ଚାରା ପ୍ରସ୍ତୁତି, ବିତରଣ, ରୋପଣ, ସୁରକ୍ଷା ଓ ଅଭିବୃଦ୍ଧି କ୍ଷେତ୍ରରେ
Read More...

ରଥଯାତ୍ରା ଉପଲକ୍ଷେ ଅଙ୍କୁର ସାହିତ୍ୟ ସଂସଦର କବିତା ପାଠ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସନାତନ ମନ୍ଦିରଠାରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଉତ୍ସବ ଅଙ୍କୁରର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ ସେଠୀ
Read More...

ମାୟାବର୍ହାରେ ବନମହୋତ୍ସବ ପାଳିତ : ଗଛ ଆମର ମାଆ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନ କ୍ରମେ ବନମହୋତ୍ସବ ଅବସରରେ "ମା ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଶୁଣିଲାନି ସରକାର, ଟଙ୍କା ସଂଗ୍ରହ କରି କଲେ ରାସ୍ତା କାମ : ୨ବର୍ଷ ପରେ ବି କାମ ସରୁନି ଲୋକେ ହଇରାଣ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ବଡ଼ବାଙ୍କିରୁ ରଣାପଡ଼ା ଭାୟା ଜାମକି ଯିବା ରାସ୍ତା ୨ବର୍ଷ ହେବ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରଣାପଡ଼ାରୁ ସେହି ରାସ୍ତା ଦେଇ ଜାମକି ଗାଁ ଦେଇ
Read More...

ଶ୍ରୀ ଜଗନ୍ନାଥଙ୍କ କଲକୀ ଅବତାର ଦେଖି ଭକ୍ତଜନ ଆତ୍ମ-ବିଭୋର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ତିନୋଟି ଶ୍ରୀ ଜଗନ୍ନାଥ ମନ୍ଦିରର ଆଡ଼ପ ଘରେ ଦୈନିକ ବେଶ ଧାରଣ ନୀତି ଅବା ଦଶ ଅବତାର ବେଶ ଲାଗି ହୋଇଥାଏ । ସାନ୍ଧ୍ୟ କାର୍ଯ୍ୟକ୍ରମ ଦୈନିକ ବେଶ ନୀତି ଦେଖିବାକୁ ଭକ୍ତଙ୍କ ସମାଗମ ହୋଇଥାଏ । ଛତ୍ରପୁର
Read More...

ବିଦ୍ୟୁତ ସଜାଡୁଥିବା ବେଳେ ଅଘଟଣ : ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ତାର ସଜାଡୁ ଥିବା ବେଳେ, ଖୁଣ୍ଟରୁ ପଡି ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଖଣ୍ଡିଦେଉଳି ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା, ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା
Read More...