ନୂଆଁଖାଇ ପାଇଁ କଟକଣା କୋହଳ ନିମନ୍ତେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ ଲୋଇସିଂହା ବିଧାୟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୨୩ ତାରିଖ ଦିନ ରାଜ୍ୟ ତଥା ସମଗ୍ର ଦେଶରେ ନୂଆଁଖାଇ ପର୍ବ ପାଳନ ହେବାକୁ ଯାଉଥିବା ବେଳେ କୋଭିଡ଼-୧୯ କଟକଣା କୋହଳ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ଚିଠିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ବିଶିଷ୍ଟ ଗଣପର୍ବ । ଏହା ଏ ମାଟିର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ବଳିଷ୍ଠ ନିଦର୍ଶନ । ତେଣୁ ସମସ୍ତ ପ୍ରକାର କୋଭିଡ଼-୧୯ କଟକଣା ଓ ମାର୍ଗଦର୍ଶିକା ଅନୁଯାୟୀ ନୂଆଁଖାଇ ପର୍ବ ପାଳନ ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରସ୍ତୁତ ଏହି ପତ୍ର ଆଉ ମଧ୍ୟ ଉଲ୍ଲେଖ ରହିଛି ଯେ, ନୂଆଁଖାଇର ଅବ୍ୟବହିତ ପୂର୍ବରୁ କିଣାବିକା (ତିହାରି ହାଟ୍) ପାଇଁ ମଧ୍ୟ କୋଭିଡ଼-୧୯ କଟକଣାରୁ କୋହଳ କରିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରନ୍ତୁ ।

Leave A Reply

Your email address will not be published.