ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ପ୍ରଦାନ ଓ କୋଭିଡ଼ ସଂପର୍କୀତ ବାର୍ତ୍ତା

ଭୁବନେଶ୍ୱର, (ଆଇପିଆର) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ବର୍ତ୍ତମାନର କଠିନ ସମୟ ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡ. ଶ୍ୱେତ କୁମାର ଦାଶଙ୍କ ଦ୍ୱାରା ନିଦେ୍ର୍ଧଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ଆର୍ଜେଣ୍ଟିନାରେ ଅନୁଷ୍ଠିତ ‘କ୍ୱାରାଣ୍ଟାଇନ୍ ଇମେଜ’ ଚଳଚ୍ଚିତ୍ର ଉତ୍ସବ ୨୦୨୦ରେ ସମ୍ମାନଜନକ ପିପୁଲସ୍ ଚଏସ୍ ପୁରସ୍କାର ଲାଭ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଭିଡ଼-୧୯ ସଂକ୍ରମଣ ରୋକିବା ଦିଗରେ ଏହି ଚଳଚ୍ଚିତ୍ର ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ଉଦେ୍ଧଶ୍ୟରେ ସମସ୍ତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଅଧିକ ଜଳଗହଳି ନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟଅତିଥିଙ୍କୁ ଅଭିବାଦନ ପାଇଁ ମାତ୍ର ଗୋଟିଏ କିମ୍ବା ଦୁଇଟି ପରେଡ଼୍ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ପରେଡ୍ କିମ୍ବା ମାର୍ଚ୍ଚ ପାଷ୍ଟ ହେବ ନାହିଁ । ୧୦ରୁ ୧୫ ଜଣ କୋଭିଡ୍ ଯୋଦ୍ଧା (ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ)ଙ୍କ ସମେତ ସର୍ବାଧିକ ୫୦ରୁ ୭୫ ଜଣ ଅତିଥିଙ୍କୁ ଉତ୍ସବ ସ୍ଥଳକୁ ଆମନ୍ତ୍ରଣ କରାଯିବ । ଉତ୍ସବ ବେଳେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ ଭଳି କୋଭିଡ୍-୧୯ କଟକଣା କଡ଼ାକଡ଼ି ଭାବେ ପାଳନ ହେବ । ଉତ୍ସବ ସ୍ଥଳରେ ଜନସାଧାରଣଙ୍କ ପ୍ରବେଶ ରହିବ ନାହିଁ ଏବଂ ଏହି ସ୍ଥଳକୁ ନିଶ୍ଚିତ ଭାବେ ସଂକ୍ରମଣମୁକ୍ତ କରାଯିବ । ଏହି ମର୍ମରେ ରାଜ୍ୟ ଗୃହ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦେଶନାମା ପ୍ରେରଣ କରାଯାଇଛି । ବ୍ଲକ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଏହି ନିର୍ଦେଶନାମା ଅନୁସାରେ ଉତ୍ସବ ପାଳନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ କାର୍ଯ୍ୟକ୍ରମକୁ ଚଳଚଂଚଳ କରିବାକୁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ଅତିରିକ୍ତ ନିର୍ଦେଶକ ଏବଂ ଯୁଗ୍ମ ନିର୍ଦେଶକ ପାହ୍ୟାର ଅଧିକାରୀଙ୍କୁ ନୋଡ଼ାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ସେମାନେ ଜିଲ୍ଲାର ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିଭାଗକୁ ଅଧିକ କ୍ରିୟାଶୀଳ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୧୨୦ କୋଟି ୭୭ ଲକ୍ଷ ୮ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭରଣା କରାଯାଇଛି ।
ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଂଘନ କରିଥିବା ଅଭିଯୋଗରେ ଅଗଷ୍ଟ ୧୦ରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛି । ଏଥିମଧ୍ୟରୁ ୯ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବା ବେଳେ ୩ ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ । ୧୧ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ୍ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବା ପୂର୍ବକ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ଓଡ଼ିଶାରେ ୬,୯୨,୩୦୧ଟି ନମୁନା କୋଭିଡ-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୮,୭୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩,୦୨୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ୧୯୬ ଜଣ କୋଭିଡ-୧୯ ରୋଗୀଙ୍କ ପ୍ରାଣହାନୀ ଘଟିଛି । ସେହିପରି ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୫,୪୨୭ ରହିଛନ୍ତି ।

Leave A Reply

Your email address will not be published.