ଚନ୍ଦନ ଗଛ ଚୋରି ଉଦ୍ୟମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଉପକଣ୍ଠ କପାଳେଶ୍ୱର ପଞ୍ଚାୟତ ଗରାପୁର ହନୁମାନ ମନ୍ଦିର ପରିସରରେ ଥିବା ଏକ ଚନ୍ଦନ ଗଛକୁ କାଟି ଦୁର୍ବୃତ୍ତ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ପଣ୍ଡ ହେଲା ସବୁ ଉଦ୍ୟମ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗଛର ଗଣ୍ଡିକୁ ନେଇ ପଳାଇବା ସମୟରେ ଖବର ପାଇ ସେମାନଙ୍କ ପଛରେ ମନ୍ଦିର କର୍ମଚାରୀ ଗୋଡ଼ାଇ ଥିଲେ । ତେଣୁ ଅଧା ବାଟରେ ଚନ୍ଦନ ଗଛ ଗଣ୍ଡିକୁ ଫୋପାଡ଼ି ସେଠାରୁ ଖସିଯିବାକୁ ସମର୍ଥ ହୋଇଥିଲେ । ତେବେ ତରବରିଆ ଭାବେ ଖସି ପଳାଇବା ସମୟରେ ଜ୍ୟାକେଟ୍, ଚପଲ ଛାଡ଼ି ପଳାଇଥିଲେ ଦୁର୍ବୃତ୍ତ । ଚୋରି କରିବାକୁ ଆସିଥିବା ୩ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ କଟା ଯାଇଥିବା ଚନ୍ଦନ ଗଛ ଗଣ୍ଡିକୁ ଆଣି ମନ୍ଦିର ପରିସରରେ ରଖାଯାଇଛି । ଏହି ଗଛଟି ୨୦ ବର୍ଷ ପୁରୁଣା ହେବ ବୋଲି କୁହାଯାଉଛି । ଅଭିଯୋଗ ପାଇ ସଦର ଥାନା ପୁଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.