ଆଗଲପୁର , (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚ ଦିବସୀୟ ରନିଙ୍ଗ ଫୂଟବଲ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନଅଗାଁ ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା, ନରସିଂହ ସାହୁ, ସଦାନନ୍ଦ ପସାୟତ, ବିନୋଦ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ । ବଡ଼ଟିକା ଓ ଲୋଇସିଂହା ଏକାଦଶ ମଧ୍ୟ୍ୟରେ ଆୟୋଜିତ ଉଦ୍ଘାଟନୀ ମ୍ୟାଚ୍ରେ ବଡ଼ଟିକା ଦଳ ବିଜୟୀ ହୋଇଥିଲା । ପରେ ବଲାଙ୍ଗିର ଓ ଇଛାପୁର ମଧ୍ୟରେ ଅନୁଷ୍ଠିତ ଖେଳରେ ଇଚ୍ଛାପୁର ଦଳ ମଧ୍ୟ ବିଜେତା ହୋଇଥିଲା । ଏଥିସହିତ ଆଜିର ଶେଷ ପର୍ଯ୍ୟାୟ ଖେଳ ବଡ଼ଟିକା ଓ ଇଛାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଖେଳ ଅମିମାଂସିତ ରହିବାରୁ ଟ୍ରାଇବେକରର ସହାୟତା ନିଆଯାଇଥିଲା । ଏଥିରେ ଏଥିରେ ବଡ଼ଟିକା ଦଳ ବିଜେତା ହୋଇଥିଲା । ଦିଲୀପ ଧରୁଆ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିବା ବେଳେ ସୁରେଶ ନାଏକ, ଜ୍ୟୋତି ରଞ୍ଜନ ରାଉତ, କରୁଣାକର ପଧାନ, ବୀରେନ୍ଦ୍ର ଧରୁଆ ଖେଳ ପରିଚାଳନା କରିଥିଲେ । କରୁଣାକର ବିଶ୍ୱାଳ ଉଦଘୋଷକ ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।