ରାଉରକେଲା, (ସସ୍ମିତା ପ୍ରଧାନ) : ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡର ଷଷ୍ଠ ସୋ’ ରୁମ୍ ରାଉରକେଲାର ଉଦିତନଗର ଠାରେ ଉଦ୍ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ସୋ’ ରୁ୍ୱକୁ ଉଦ୍ଘାଟନ କରିବା ସହ ଏହି ବିଶ୍ୱସ୍ତରୀୟ ଅଳଙ୍କାର ଦୋକାନ ଖୋଲିଥିବାରୁ ଗ୍ରାହକ ଏହାର ସୁଫଳ ପାଇବେ ବୋଲି କହିଥିଲେ । ମୁନମୁନ ସିଂଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବ୍ୟସାଚୀ ଉପସ୍ଥିତ ଗ୍ରାହକଙ୍କୁ ସୂଚନା ଦେଇ କହିଲେ ଯେ ବ୍ୟବସାୟିକ କାର୍ଯ୍ୟ ସହିତ ସାମାଜିକ ଦାୟିତ୍ୱ ନିର୍ବାହ କରି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ, ମହିଳା ସଶକ୍ତିକରଣ ଓ ଭୋକିଲା ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରୁଛି ବୋଲି କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଏମ୍ ପି ଅହମ୍ମଦ ତାଙ୍କ ବକ୍ତବ୍ୟରେ କହିଲେ ଯେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ସବୁ ସମୟ ପାଇଁ ଆକର୍ଷଣୀୟ ଗହଣା ପ୍ରସ୍ତୁତ କରିବା ସହିତ ଗୁଣବତ୍ତା, ଗ୍ରାହକ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଉଛି । ୧୩ ଟି ରାଷ୍ଟ୍ରରେ ୩୭୫ରୁ ଅଧିକ ସୋ’ ରୁମ୍ରେ ବୈଶ୍ୱିକ ଉପସ୍ଥିତ ସହିତ ପ୍ରଶସ୍ତ ଇଣ୍ଟେରିଅର, ସର୍ବାଧୁନିକ କାରିଗରୀ, ଅନ୍ୟାନ୍ୟ ଡିଜାଇନ୍ ବହୁବିଧ ବର୍ଗର ସମ୍ଭାର, ଅତୁଳନୀୟ ଗୁଣବତ୍ତାକୁ ନେଇ ୧୫ ନିୟୁତରୁ ଅଧିକ ସନ୍ତୁଷ୍ଟି ଗ୍ରାହକଙ୍କୁ ସେବା ଯୋଗାଉଛି । ସୁନା, ହୀରା, ପ୍ଲାଟିନମ୍ ଏବଂ ଜେମ ଷ୍ଟୋନର ବିଶାଳ ଗହଣା ସମ୍ଭାର, କ୍ଲାସିକ ଷ୍ଟାଇଲ, ବହୁବିଧ ଆଗ୍ରହ ମୁତାବକ ଗହଣାର ଚାହିଦା ଏହି ସୋ ରୁମରେ ଉପଲବ୍ଧ ଥିବାରୁ,ଏହାର ସୁଯୋଗ ଗ୍ରାହକ ମାନେ ନେବାକୁ ଅନୁରୋଧ କରାଯାଇଛି ।