oom

ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଆରମ୍ଭ କରାଯାଇଥିବା ବେଳେ ଆଜି ସହରର ବିଭିନ୍ନ ସ୍ଥାନରେ ଆଠ ଦଶଟି ଏଭଳି ଜଳଛତ୍ର ଖୋଲାଯିବାର କାର୍ଯ୍ୟକ୍ରମ ରହିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏପରିକି ବଲାଙ୍ଗିର ପୌରାଂଚଳର ସମସ୍ତ ୱାର୍ଡରେ ପଡ଼ା ପଡ଼ାରେ ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଖୋଲାଯିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି । ଆଜି ଜଳଛତ୍ର ଉଦ୍‌ଘାଟନ ଅବସରରେ ଗ୍ଲୁକୋଜ୍‌ ପାଣି ଦିଆଯାଉଥିବା ବେଳେ ଏହି ଜଳଛତ୍ର ଗୁଡ଼ିକରେ କେବେ କେବେ ଇଲେକ୍‌ଟ୍ରୋରାଲ୍‌ ପାଣି ତ’ ଆଉ କେବେ କେବେ ସର୍‌ବତ୍‌ ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରଅଧ୍ୟକ୍ଷା ଲିକା ସାହୁ ଯୋଗଦାନ କରି ବଲାଙ୍ଗିରର ପୂର୍ବତନ ସାଂସଦ, ରାଜ୍ୟ ହାଉସିଂ ବୋଡର଼୍ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୌରପରିଷଦର ବିଭିନ୍ନ ସ୍ଥାନରେ ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଖୋଲାଯାଉଥିବା କହିଛନ୍ତି । ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ବହୁ ବିଜେଡ଼ି ନେତା କର୍ମକର୍ତ୍ତା ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.