ଖରିଫ୍ ମଣ୍ଡି ଉଦ୍‌ଘାଟିତ : ୪୧୧୭ ଜଣ ଚାଷୀ ପଞ୍ଜିକୃତ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସମବାୟ ସମିତି ପରିସରରେ ଚଳିତ ୨୦୨୩ ଖରିଫ୍ ମଣ୍ଡିରେ ପଞ୍ଜିକୃତ କରିଥିବା ଚାଷୀମାନଙ୍କ ଠାରୁ ଧାନ କିଣିବା ସକାଶେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ, ଜିଲ୍ଲାପରିଷଦ ଜୋନ ୧ ସଭ୍ୟା ବର୍ଷାରାଣୀ ପଟେଲ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ, ସମବାୟ ସମିତି ନିର୍ଦେଶକ ଲୋକନାଥ ପୂଜାରି, ସମାଜସେବୀ ଗୌରହରୀ ନାୟକ, ବଳରାମ ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହିଥିଲେ । ବୈଠକ ଆରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମଣ୍ଡି ଉଦ୍‌ଘାଟନ କରିଥିଲେ । ଏହା ପରେ ଚନ୍ଦାହାଣ୍ଡି ସମବାୟ ସମିତି ପରିଚାଳନା ନିର୍ଦେଶକ ବାବୁଲା ସ୍ୱାଇଁଙ୍କ ସଭାପତିତ୍ୱରେ ଖରିଫ୍ ମଣ୍ଡିରେ ଧାନ କିଣାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଚଳିତ ବର୍ଷ ଚନ୍ଦାହାଣ୍ଡି ବ୍ଲକରେ ଚନ୍ଦାହାଣ୍ଡି, ଚିଲିଗାଁ, ସରଧାପୁର, ପୂଜାରୀଗୁଡା, ଧୋଡିପାଣି, ଏବଂ କୋଇଲିମୁଣ୍ଡା, ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ୪୧୧୭ ଜଣ ଚାଷୀ ପଞ୍ଜିକୃତ କରିଥିବା ନେଇ ଏମ୍‌ଡି ବାବୁଲା ସ୍ୱାଇଁ ସୂଚନା ଦେଇଥିଲେ । ଏହା ସହ ମଣ୍ଡିରେ ଧାନ ବିକିବା ପାଇଁ ଆଣୁ ଥିବା ଚାଷୀ ମାନଙ୍କ ପାଇଁ ଟ୍ରାପାଲିନ୍ ପାଣି ଏବଂ ଆଲୁଅର ବ୍ୟବସ୍ଥା ଆର୍ ଏମ୍ ସି ତରଫରୁ କରାଯାଇ ଥିବା ନେଇ ଆର୍‌ଏମ୍‌ସି କର୍ମଚାରୀ ପ୍ରଶାନ୍ତ ରାୟ ସୂଚନା ଦେଇଥିଲେ । ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା, ‘କ’ ଶ୍ରେଣୀର ଧାନ ୨୦୬୦ ଟଙ୍କାରେ କିଣାଯିବା ସହ ପ୍ରତ୍ୟେକ ଚାଷୀ ଏକର ପିଛା ୧୩ କ୍ୱିଣ୍ଟାଲ ଏବଂ ଜଳକର ଦେଉଥିବା ଚାଷୀ ୧୯ କ୍ବିଣ୍ଟାଲ ଦେଇପାରିବେ ବୋଲି ବୈଠକରେ ଚାଷୀଙ୍କୁ ସୂଚନା ଦିଆଯାଇଥିଲା । ସୋମବାର ଚିଲିଗାଁ ମଣ୍ଡିରେ ପ୍ରଥମ ଧାନ କିଣା ଯିବ ବୋଲି ଚାଷୀଙ୍କୁ ସୂଚନା ଦିଆଯାଇଥିଲା । କଟନୀ ବାବଦକୁ କ୍ୟୁଣ୍ଟାଲ ପିଛା ୧ କେଜି ଧାନ କାଟିବାକୁ ଚାଷୀମାନେ ବୈଠକରେ ଅଡି ବସି ଥିଲେ । ଏହାପରେ କ୍ୟୁଣ୍ଟାଲ ପିଛା ୨ କେଜି ଧାନ କଟା ହେବ ବୋଲି ମଣ୍ଡି କର୍ତ୍ତୃପକ୍ଷ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.