ରେଳ ପୋଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତଦେହ ନିକଟରେ ଏକ ହେଲ୍‌ମେଟ୍‌ ପଡ଼ିଥିବାର ଦେଖିବାକୁ ଭିଳିଛି । ବ୍ୟକ୍ତିଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ୍‌ବ୍ରିଜ୍‌ ନିକଟ ରେଳ ପୋଲ ଉପରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, କେନାଲ୍‌ବ୍ରିଜ୍‌ ନିକଟ ରେଳ ପୋଲ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହା ଦେଖି ସ୍ଥାନୀୟ ଲୋକେ ମାର୍ଶାଘାଇ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କେହି ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଏହି ଘଟଣାର ଅଧିକ ତଦନ୍ତ କରି ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ ।

Leave A Reply

Your email address will not be published.