ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ପବିତ୍ର ଗୁରୁ ଦିବସ ଓ ତିଥି ଭୋଜନ ମହା ସମାରୋହରେ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁ ଦିବସ ଓ ତିଥି ଭୋଜନ ମହା ସମାରୋହରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗଦୀଶ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜ ସଂସ୍କାରକ ରାଧା ରମଣ କେଡିଆ, ଗୋକୁଲ କେଡିଆ ଓ ଯୋଗଗୁରୁ ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସାଧ୍ୱୀ ରେବତୀ ନାଏକ ଭଉଣୀ ଯୋଗ ଦେଇ ଶିଶୁମାନଙ୍କୁ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କିରେ ଆଲୋଚନା କରିଥିଲେ । ଛାତ୍ରୀ ପାୟଲ ସୁନା ଓ ସ୍ନେହା କୁମ୍ଭାର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ଭୂମିଦାତା ସ୍ୱର୍ଗତ କେଶୁରାମ କେଡିଆଙ୍କ ନାତି ରାଧାରମଣ କେଡିଆ ଜେଜେ ବାପାଙ୍କ ଜନ୍ମ ତିଥିରେ ତିଥିଭୋଜନ ଛାତ୍ରଛାତ୍ରୀଙ୍କୁ ଦେଇ ଆପ୍ୟାୟିତ କରିଥିଲେ । ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ବିନ୍ଦୁ ମହାଣା ସହଯୋଗ କରିଥିଲେ ।

Leave A Reply

Your email address will not be published.