ls

ଥରାଉଛି ଶୀତ

sb

ଭୁବନେଶ୍ୱର : ରାଜ୍ୟରେ ହଠାତ୍‌ ଖସିଲା ତାପମାତ୍ରା । ଅନେକ ସ୍ଥାନରେ ରାତିରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଯାଇଛି । କେନ୍ଦୁଝରରେ ସୋମବାର ଦିନ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିଲା । ଜିଲ୍ଲାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୬ ସହର । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି, ବାୟୁମଣ୍ଡଳରୁ ଏବେ ଜଳୀୟବାଷ୍ପ କମିଯାଇଛି । ଆକାଶ ମେଘମୁକ୍ତ ହୋଇଛି । ରାତିରେ ପୃଥିବୀର ବିକିରଣ ବାୟୁମଣ୍ଡଳର ଉପରଭାଗକୁ ଚାଲିଯାଉଛି । ଫଳରେ ଏହା ତାପମାତ୍ରା ହଠାତ୍ ହ୍ରାସ ପାଇଛି । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍ପ ପବନ ଆସୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୧୫ ତାରିଖ ଯାଏଁ ଶୀତର ପ୍ରଭାବ ରହିବ । ତେବେ ପଶ୍ଚିମା ବାୟୁ ପ୍ରଭାବ ଯୋଗୁ ୧୬ ତାରିଖରୁ ରାତି ତାପମାତ୍ରା ପୁଣି ବଢ଼ିବ ଓ ଶୀତ କମିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସୋମବାର ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୦.୫ ଡିଗ୍ରୀ ରହିଥିଲା । ସେହିପରି ରାଉରକେଲାରେ ୧୦.୯, ଫୁଲବାଣୀରେ ୧୧, କୋରାପୁଟରେ ୧୧.୪, ନବରଙ୍ଗପୁରରେ ୧୧.୪, ବାରିପଦାରେ ୧୨.୪, ଝାରସୁଗୁଡ଼ାରେ ୧୨.୬, ଅନୁଗୁଳରେ ୧୩, ସୁନ୍ଦରଗଡ଼ରେ ୧୩, ଭବାନୀପାଟଣାରେ ୧୩.୫, ସୋନପୁରରେ ୧୩.୭, ତାଳଚେରରେ ୧୪.୨, ଭଦ୍ରକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

pc pk
Leave A Reply

Your email address will not be published.