oom

ମହାନଦୀର ପଛୁଆ ପାଣି ପ୍ରବେଶ କରି ତଳି ଅଞ୍ଚଳ ଜଳମଗ୍ନ

jsmm

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ସକାଳ ୮-୩୦ ସମୟରେ ହୀରାକୁଦ ଜଳଭଣ୍ଡାରର ଦୁଇଟି ଅଧିକ ଗେଟ୍ ଖୋଲାଯାଇଛି । ମୋଟ ୪୪ ଟି ଗେଟ୍ ଦ୍ଵାରା ମାତ୍ର ୬ ଲକ୍ଷ ୯୪ ହଜାର ୨ ଶହ ଘନ ଫୁଟ ଜଳ ନିଷ୍କାସନ ହେଉଥିବା ବେଳେ ୮ ଲକ୍ଷ ୫୩ ହଜାର ୨୯ ଘନଫୁଟ ଜଳ ପ୍ରବେଶ କରୁଛି। ବଳକା ଦେଢ଼ ଲକ୍ଷ ଘନ ଫୁଟ ଜଳ ଗଛିତ ରହୁଛି। ଫଳତଃ ସକାଳ ୯ ଟା ସୁଦ୍ଧା ଜଳଭଣ୍ଡାର ଜଳ ସ୍ତର ୬୨୬.୨୭ ରହିଛି, ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ଅଟେ। ଜଳସେଚନ ବିଭାଗ ଛତିଶଗଡ ସରକାରଙ୍କ ସହ ଯୋଗାଯୋଗ କରିବା ସହ ସ୍ଥିତିର ସମୀକ୍ଷା କରୁଛନ୍ତିି।
ଅଧିକ ଜଳ ନିଷ୍କାସନ ଯୋଗୁଁ ମହାନଦୀ ଫୁଲି ଉଠିଛି ।, ଏଣୁ ସହରର ଜଳ ନିଷ୍କାସନ ହେଉଥିବା ଧୋବିଯୋର୍, ବିନାଖଣ୍ଡି ଓ ବଳିବନ୍ଧା ସୁଇସ୍ ଗେଟ୍ ବନ୍ଦ କରାଯାଇଛି । ହରଡ଼ ଯୋରରେ ମହାନଦୀର ପଛୁଆ ପାଣି ପ୍ରବେଶ କରି ତଳି ଅଞ୍ଚଳ ଜଳମଗ୍ନ ରହିଛି । ବିଭିନ୍ନ ଆଶ୍ରୟସ୍ଥଳୀରେ ୭୦୦ ଜଣ ରହିଛନ୍ତି । ସୋନପୁର ସମ୍ବଲପୁର ଯୋଗାଯୋଗ ମାଳତୀ ଯୋର୍ ପୋଲ ଉପରେ ପାଣି ଥିବାରୁ ବିଛିନ୍ନ ରହିଛି।

jittmm
Leave A Reply

Your email address will not be published.