
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ କ୍ଲଷ୍ଟର ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତରେ ଯାଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ବିଦ୍ୟାଳୟରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ଗ୍ରୀଷ୍ମକାଳୀନ ଗୃହକାର୍ଯ୍ୟ ତଦାରଖ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନାକୁମାରୀ ବେହେରା, ସେବଶ୍ରୀ ଭୋଇ, ପୁଇଁତଲା ବ୍ଲକ ଶିକ୍ଷାଧିକାରୀ ରତ୍ନମୟ ପୁରୋହିତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲଛମନ ପ୍ରଧାନ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବେଲବାହାଲି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବୁବେଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିତ୍ୟରାଜ ସେଠ, ପ୍ରଧାନ ଶିକ୍ଷକ ବିଜୟ ବେହେରା, ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନ, ବାସବ ବାରିକ ପ୍ରମୁଖ ସହଯୋଗ କରିଥିଲେ ।