oom

କୁଟୁମଡୋଲାରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଦ୍ୱାରା କୁଟୁମଡୋଲା ହାଇସ୍କୁଲରେ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସ୍ୱାସ୍ଥ୍ୟ ଶିବିରକୁ ଜଗତପାଲ ସେଠ୍(ବିତ୍ତ ଉପଦେଷ୍ଠା,ଲୋୟରସୁକତେଲ) ମୁଖ୍ୟ ଅତିଥି ରୂପେ ଉଦ୍‌ଘାଟନ କରିଥିଲେ । ମାହେଶ୍ୱରୀ ସଂଗଠନର ସଦସ୍ୟ ଦେବାଶିଷ ପାଣ୍ଡିଆ ସଭା ସଂଯୋଜନ କରିଥିଲେ ଏବଂ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ମାହେଶ୍ୱରୀର କାର୍ଯ୍ୟକ୍ରମ ବିବରଣୀ ଦେଇଥିଲେ । ସଭାରେ ସରପଞ୍ଚ ସସ୍ମିତା ସିଂଦେଓ, ପୂର୍ବତନ ଶିକ୍ଷକ ବିଦୁଭୂଷଣ ସିଂଦେଓ ଯୋଗ ଦେଇଥିଲେ । କୁଟୁମଡୋଲା ଶାଖାର ସଂଯୋଜକ ଘାସିରାମ ପଟେଲ ଏବଂ ସହ ସଂଯୋଜକ ଟଙ୍କଧର ନାଏକ ସ୍ୱାଗତ ଜଣାଇଥିଲେ । ସଂଗଠନ ସଦସ୍ୟ ଅପ୍ରମିତ ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ୬୦୦ ରୋଗୀ ଚିକିତ୍ସା ଗ୍ରହଣ କରିବା ସହିତ ମାଗଣାରେ ଔଷଧ ପାଇଥିଲେ । ଏହି ଶିବିରରେ ବଲାଙ୍ଗିରର ବିଶେଷଜ୍ଞ ଚିକିତ୍ସକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରେମାଶିଷ ପାଣ୍ଡିଆ, ଶେଖର ଭୁଏ, ଗୁଲୁ ସିଂଦେଓ, ପ୍ରଦୀପ ସିଂଦେଓ, ପ୍ରଜ୍ଞାମୟୀ ବୋହିଦାର, ବୈଶାଳୀ ବହିଦାର, କାନ୍ତ ଚିଣ୍ଡା, ଯୁଗଳ ରଣା, ପ୍ରବୀଣ ନାୟକ, ରାଧାକାନ୍ତ ନାୟକ, ଚିନ୍ତାମଣି ପଟେଲ, ଦୀପକ ପଟେଲ, ସୋସିଆଲ ମିଡ଼ିଆ ସଂଯୋଜକ ଶିବ ପ୍ରସାଦ ମିଶ୍ର, ସ୍ୱାଗତ ଦାସ, ଯତୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.