ହଜ୍‌ ଯାତ୍ରାରୁ ଫେରିଥିବା ୧୧ ଜଣ ହଜ ଯାତ୍ରୀଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ୧୧ ଜଣ ହଜ୍‌ ଯାତ୍ରା ପାଇଁ ଯାଇଥିଲେ । ମଙ୍ଗଳବାର ସକାଳେ ସେମାନେ ନିଜ ସହର ଟିଟିଲାଗଡ଼କୁ ଫେରିଥିବା ବେଳେ ଟିଟିଲାଗଡ଼ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ମାନେ ସେମାନଙ୍କୁ ଟ୍ରେନରୁ ଓହ୍ଲାଇବା ମାତ୍ରେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ହଜ୍‌ ଯାତ୍ରା ପାଇଁ ଯାଇଥିଲେ ଟିଟିଲାଗଡ଼ର ଖ୍ୟାତନାମା ଆଇନଜୀବୀ ଏମ୍. ଡି. ମୁମ୍ତାଜ୍ ଖାନ, ସଲ୍‌ମା ଖାନ, ଏମ୍. ଡି. ମୁଷ୍ତାକ୍ ଖାନ, ସମସୁନ୍ ଖାନ, ଇଞ୍ଜିନିୟର ଏମ୍. ଡି. ମୁକ୍ତାର୍ ଖାନ, ଏ. ଜୌହର୍, ଏମ୍. ସୁଲ୍ତାନା, ଏଲ୍. ଖାନ, ଏସ୍. ନିଗାର୍, ଏ. ଜବ୍ବାର୍, ଜମିଲା ଖାତୁନ୍ ହାଜି ଓ ହାଜିନ ମକ୍କାକୁ ତାଙ୍କର ହଜ୍ ଯାତ୍ରା ସଫଳତାର ସହ ଶେଷ କରିଛନ୍ତି । ଟିଟିଲାଗଡ଼ରେ ୧୧ ଜଣ ଏବଂ ନିକଟସ୍ଥ ସମ୍ବଲପୁରରୁ ଦୁଇଜଣ ତୀର୍ଥଯାତ୍ରୀ ତାଙ୍କର ସ୍ମୃତିକୁ ଦର୍ଶାଇ ଏବଂ ଆଶୀର୍ବାଦ ବାଣ୍ଟିବା ପାଇଁ ଘରକୁ ଫେରିଛନ୍ତି । ବେଙ୍ଗାଲୁରୁ ଆସିବା ପରେ ସେମାନେ ଟାଟାନଗର୍ ଏସ୍. ଏଫ୍. ଏକ୍ସପ୍ରେସ୍ ମାଧ୍ୟମରେ ଟିଟିଲାଗଡ଼କୁ ଫେରିଥିଲେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ଟିଟିଲାଗଡ଼ ରେଳ ଷ୍ଟେସନରେ କେଜିଏନ୍‌ ସୋସାଇଟି ସହ ଟିଟିଲାଗଡ଼ ମୁସଲିମ ଜମାତର ଅନେକ ସଦସ୍ୟ ଯାହା ମଧ୍ୟରେ ରିୟାଜ ଖାନ, ପୀର ମହମ୍ମଦ, ଆହମ୍ମଦ ଅଲି, ହିଫଜୁଲ ରହମାନ, ଫାରୁକ୍ ଖାଁ, ଅଜମଲ ଅସରଫି, ଏମ୍‌ଡି ନଜିର, ଏମ୍‌ଡି ସାଫିକ ଓ ଏମ୍‌ଡି ନାଦିମଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କଣ୍ଟାବାଞ୍ଜିରୁ ଆହମ୍ମଦୁଲ୍ଲା ଓ ସୋଫିଆ ଖାନମ୍ ମଧ୍ୟ ସଫଳ ହଜ୍ ଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆସିଥିଲେ ।

Leave A Reply

Your email address will not be published.