ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ ଆୟୋଜିତ ହୋଇଥିବା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପରିଚାଳନା କମିଟିର ସଭାପତି ବିପିନ ସାହୁ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଦିବସର ମହତ୍ୱ ବୁଝାଇବା ସହିତ ଆଗାମୀ ଦିନରେ ଦେଶ ଉଦ୍ଦେଶ୍ୟରେ ସମସ୍ତେ ସେବା କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ସ୍ନିଗ୍‌ଧା ରାଣୀ ସାହୁ, ପୂଜା ସାହୁ ଓ ଅତୁଳ ସାହୁ ମଧ୍ୟ ଭବ୍ୟ ସଭାରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଗୋବିନ୍ଦ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସକାଳ ଭୋର ୪.୩୦ରୁ ଛାତ୍ରଛାତ୍ରୀମାନେ ରାମଧୁନ ଗାନ ପୂର୍ବକ ପ୍ରଭାତ ଫେରୀ କରିଥିଲେ । ବିଦ୍ୟାଳୟରେ ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ଗ୍ରାମ ପରିକ୍ରମା କରିଥିଲେ । ପରେ ସ୍କୁଲ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଦିଲ୍ଲୀପ କୁମାର ଥନାପତି, ରାଜ କିଶୋର ମହାକୁର, ମଂଟେଶ କୁମାର ସାହୁ, ପିଙ୍କି କର୍ଣ୍ଣ ଏବଂ କମିଟି ସଭ୍ୟସଭ୍ୟା ପଙ୍କଜିନୀ ଥନାପତି, ସୂଜାତା ବିଶ୍ୱାଳ, ବୀରବର ଛତ୍ରପାଲ, ଅରୂପା ପଧାନ, ଅଜୟ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.