ଖପ୍ରାଖୋଲ ଥାନାରେ ଧୂମଧାମ୍‌ରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ସାରା ଭାରତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏନେଇ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାଠାରେ ବଡ଼ ଆଡମ୍ବର ଏବଂ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳିତ ହୋଇଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ଇଂରେଜମାନଙ୍କ କବଳରୁ ସ୍ୱାଧୀନତା ପାଇଥିଲା । ତେବେ ସେହି ଆନୁଯାୟୀ, ଆମେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛୁ । ଥାନା ପରିସରରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ପୋଲିସ ଷ୍ଟାଫ ସହ ଡିଭିଏଫ୍‌ର ଯବାନ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖପ୍ରାଖୋଲ ପ୍ରାଥମିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଖପ୍ରାଖୋଲ ସ୍ଥିତ ପ୍ଲେ ସ୍କୁଲର ସମସ୍ତ କୁନି କୁନି ଛୁଆମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ପୋଲିସ ତରଫରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.