oom

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଚନ୍ଦନଭାଟି ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ କରାଗଲା । ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର୍ ତଥା ଅଧ୍ୟାପକ ଯୁଧିଷ୍ଟିର ପଧାନ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କିତ କିଶୋର ନ୍ୟାୟ ଆଇନ, ପୋକ୍ସୋ ଆଇନ୍, ବାଲ୍ୟ ବିବାହ ନିଷେଧ, ବେଟି ବଢ଼।ଓ ବେଟି ପଢାଓ, ଶିଶୁ ସୁରକ୍ଷା ଓ ଯତ୍ନ, ଆଶୀର୍ବାଦ, ପୃଷ୍ଠପୋଷକତା, ଲିଙ୍ଗାଗତ ବୈଷମ୍ୟ, ପୋସ୍ୟ ସନ୍ତନ ଗ୍ରହଣ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଯୁବକ ଓ ଯୁବତୀମାନଙ୍କୁ କ୍ରୀଡା, ସାମାଜିକ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭାବାନ ହେବା ପାଇଁ ଅଧ୍ୟକ୍ଷ ଜଣାଇ ବିଭିନ୍ନ ଉଦାହରଣ ଦେଇ ଉଦ୍ୟୋଗୀ ହେବା ପାଇ ପରାମର୍ଶ ଦେଇଥିଲେ । ଉକ୍ତ ସଚେତନତା ସଭାରେ ଅଧ୍ୟାପକ ପ୍ରଦୀପ୍ତ ବଲ୍ଲଭ ପାଣିଗ୍ରାହୀ, ଚଦ୍ରଭାନୁ ମିର୍ଦ୍ଧା, ବର୍ଷା ପଟେଲ ଉପସ୍ଥିତ ରହି ଯୁବକ, ଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଜସ୍ମିନ କୁମାର ନନ୍ଦ ଯୁବ ପ୍ରତିଭାବାନ ହେବାକୁ ଉତ୍ସାହିତ କରି ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥଲେ ।

jittmm
Leave A Reply

Your email address will not be published.