oom

ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ

jsmm

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାଇଁ ଖୁସି ଖବର । ମିଳିବ ପ୍ରୋତ୍ସାହନ ରାଶି । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ସ୍ୱତନ୍ତ୍ର ପୁରସ୍କାର । ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୧୫ଶହ ଟଙ୍କା । ସହାୟିକାଙ୍କୁ ୫ଶହ ଟଙ୍କାର ପୁରସ୍କାର ମିଳିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଗୁରୁବାର ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ପ୍ରତି ଗାଁରେ ୫ ଲକ୍ଷ ଲେଖାଏ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଯୋଜନା ରହିଛି ।

jittmm
Leave A Reply

Your email address will not be published.