centurian jitm

ରୋତ କଲେଜରେ ଶୋକସଭା

nschool

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ରୋତ ପାଇଁ ଜମି ପ୍ରଦାନ କରିଥିବା ସ୍ଥାନୀୟ ଧର୍ମପରାୟଣା ଶତାୟୁ ମହିଳା ରକ୍ଷାବତୀ ପଟେଲଙ୍କ ୧୦୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ତାଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବାହ୍ନ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ରୋତ ଭଳି ଏକ ଅନୁନ୍ନତ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ୧୯୮୩ ମସିହାରେ କଲେଜ ପାଇଁ ଆବଶ୍ୟକ ଜମି ଯୋଗାଇ ଦେଇଥିବା ସ୍ୱର୍ଗତା ପଟେଲ ନିଜେ ଜଣେ ଅନୁଷ୍ଠାନ ବୋଲି ମତ ପ୍ରକାଶ ହୋଇଥିଲା । କଲେଜ ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରି ମହାବିଦ୍ୟାଳୟର ଦିଲ୍ଲୀପ ଯୋଷୀ, ମନୋରଞ୍ଜନ ପଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.