ls

ସୀତାରାମ ଫାଉଣ୍ଡେସନ ତରଫରୁ ମିଲ୍‌ ବଣ୍ଟନ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶରେ ସ୍ଥିତି ସଂଗୀନ ହେଉଥିବା ବେଳେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍‌ ହୋଇଯାଇ ଚଲିବା କଷ୍ଟକର ହୋଇଯାଇଛି । ଗରିବ ଲୋକଙ୍କ ଦୁଃଖ ବୁଝିବା ପାଇଁ କେହି ନାହାନ୍ତି, ମୁଠେ ପାଇଲେ ଖାଉଛନ୍ତି ନହେଲେ ଭୋକ ଉପାସରେ ରାସ୍ତା କଡରେ ଶୋଉଛନ୍ତି । ସେମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି । ଏଭଳି ସ୍ଥିିତିରେ ଅସହାୟମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିତିଦିନ ମିଲ୍‌ ବଣ୍ଟନ କରୁଛନ୍ତି ବଲାଙ୍ଗିର ଜିଲ୍ଲାର ସୀତାରାମ ଫାଉଣ୍ଡେସର ଅଜିତ ନନ୍ଦ ଏବଂ ପ୍ରଦୀପ ସାହୁ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବୃଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

pc pk
Leave A Reply

Your email address will not be published.