ଘୁନସର କଲେଜରେ ଆତ୍ମସୁରକ୍ଷା ଶିବିର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଅମିତାଭ କୁମାର ପଟେଲ ସଭା ପରିଚାଳନା କରିଥିଲେ । ଉକ୍ତ ଶିବିରକୁ ମାଷ୍ଟର ଟ୍ରେନର ଭାବେ ରେବତୀ ପାଣିଗିରି ଓ ଲକ୍ଷ୍ମୀ ପ୍ରିୟା ସାହୁ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ୭ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉ ଥିବା ବେଳେ ଅଧ୍ୟାପକ ମୋହନ ଚରଣ ବାଗ, ନାରାୟଣ ବୁଡ଼େକ, ସୁକୁମାର ସାହୁ, ଶତ୍ରୁଘନ ଗହୀର, ସରୋଜ ରଣା, ସାଧୁ ରଣା, ବିଷ୍ଣୁ ଭୋଇ, ନିରଞ୍ଜନ ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.