oom

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳିତ

jsmm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ପାୱାର ହାଉସ୍ ଠାରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ବିଶିଷ୍ଟ ଶ୍ରମିକ ନେତା ତଥା ଶିକ୍ଷାବିତ୍ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ସମ୍ବିତ କୁମାର ପଣ୍ଡା, ଡିଭିଜନ ସମ୍ପାଦକ ଉଦ୍ଧବ କରଣ, ଅମରେଶ ଚନ୍ଦ୍ର ଦାସ, ସୁଶୀଲ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ ସଭାର ପ୍ରାରମ୍ଭରୁ ପାହଲଗାମ ଠାରେ ହତ୍ୟା କରାଯାଇଥିବା ହତ୍ୟାକାରୀମାନଙ୍କୁ ସଂଘ ପକ୍ଷରୁ ଘୋର୍ ନିନ୍ଦା କରାଯାଇଥିଲା ଏବଂ ମୃତ ବ୍ୟକ୍ତିଙ୍କ ବିୟୋଗରେ ଶୋକସଭା ହୋଇଥିଲା । ଶ୍ରମିକ ମାନଙ୍କୁ କିପରି ସରକାରଙ୍କ ତରଫରୁ ସୁବିଧା ସୁଯୋଗ ମିଳିବା ସହିତ ଉଚିତ୍ ପ୍ରାପ୍ୟ ମିଳିବ ଏନେଇ ସଂଘ ସବୁବେଳେ ତତ୍ପର ରହିଥିବା କଥା ଶ୍ରୀ ଖୁଣ୍ଟିଆ କହିଥିଲେ । ଶ୍ରମିକ ଦିବସ କେମିତି ତିଆରି ହେଲା ତାରି ସଂଘର୍ଷ ଏବଂ ଇତିହାସ ପଛର କଥା କହି ଆଗକଥା ସବୁ ଆମ ସମସ୍ତଙ୍କୁ ମନେ ରଖିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସୁରେନ୍ଦ୍ର ସେଟ୍, ହରିହର ପଧାନ, ଶଶବିନ୍ଦ୍ର ପଧାନ, ପ୍ରଶାନ୍ତ ଖଟୁଆ, ମନୋରଞ୍ଜନ ପାଢୀ, ଶିବପ୍ରସାଦ ମିସ୍ତ୍ରୀ, ବିଜୟ ମହାପାତ୍ର, କୈଳାସ ବିଶ୍ୱାଲ, ବୃନ୍ଦାବନ ପାଣ୍ଡେ, ନେତ୍ରାନନ୍ଦ ଗଡତ୍ୟା, ସୁରେଶ ଭୋଇ, ପ୍ରଶାନ୍ତ ସାଏ, ରାଜେଶ ଦଣ୍ଡସେନା, ବିମ୍ବାଧର ସାଏ, ବାବୁଲାଲ ସାହୁ, ମନୋଜ ନନ୍ଦ, ମଣ୍ଟୁ ଗୁପ୍ତା, ବିଜୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ରାମକୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.