oom

ଭରସୁଜାରେ ପହଲଗାମ ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଭରସୁଜା

jsmm

ଆଗଲପୁର, (କେପିଏନ୍‌ଏସ୍‌) : ଭରସୁଜା ସ୍ଥିତ ଛେଲିଆପାଟ ସେବା ସଂଗଠନ ଓ ଗ୍ରାମବାସୀଙ୍କ ଦ୍ୱାରା ଗତ ୨୨ ତାରିଖ ଦିନ କାଶ୍ମୀରର ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅମାନବୀୟ ଗୁଳିକାଣ୍ଡର ତୀବ୍ର ନିନ୍ଦା କରାଯାଇ ମୃତ ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ସଂଗଠନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ କୁମାର ସାହୁ ପାକିସ୍ତାନର ପ୍ରୋତ୍ସାହନରେ ଏହି ବର୍ବରୋଚିତ ଅମାନୁଷିକ ହତ୍ୟାକାଣ୍ଡର କଟୁ ନିନ୍ଦା କରିବା ସହିତ ଏହାର ମୁକାବିଳା ପାଇଁ ଯୁବ ସମାଜକୁ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ଧାରଣ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ସଂଗଠନର ସଭାପତି ବିଚିତ୍ରାନନ୍ଦ ପାତ୍ର ନିଜର ବକ୍ତବ୍ୟ ରଖିଥିବା ବେଳେ ଯଶୋବନ୍ତ କୁମ୍ଭାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସଂଗଠନର ସଦସ୍ୟ ଦେବେନ୍ଦ୍ର ଭୋଇ, ସଂଜୀବ ଭୋଇ, ଗୂଲାପ ଷଣ୍ଢ, କୁଳମଣି ଭୋଇ, ଗୋବିନ୍ଦ ଭୋଇ ପ୍ରମୁଖ ଶୋଭାଯାତ୍ରାକୁ ତତ୍ୱାବଧାନ କରିଥିବାବେଳେ ସମସ୍ତ ମହିଳା ସଦସ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.