ଜସ୍ନେ ଇଦ୍‌ ମିଲାଦ ଉନ୍‌ ନବି ଅବସରରେ ମୁସଲିମ ସମ୍ପ୍ରଦାୟର ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜସ୍ନେ ଇଦ୍ ମିଲାଦ ଉନ୍‌ ନବି ଅବସରରେ ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପାଖରେ ଥିବା ମସ୍‌ଜିଦ ଠାରେ ପ୍ରଥମେ ସମସ୍ତ ମୁସଲମାନ ଭାଇମାନେ ଉପସ୍ଥିତ ରହି ସକାଳୁ ନମାଜ ପାଠ କରିଥିଲେ । ତା’ପରେ ସେଠାରୁ ବିଭିନ୍ନ ସାଜସଜ୍ଜା ଗାଡ଼ିରେ ସେମାନଙ୍କ ଭକ୍ତି ଗୀତର ତାଳେ ତାଳେ ଏକ ଶାନ୍ତି ପ୍ରିୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଟିଟିଲାଗଡ଼ ମସ୍‌ଜିଦ୍‌ ଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଆବାଳ ବୃଦ୍ଧ ବନିତା ସମସ୍ତେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବାକୁ ଟିଟିଲାଗଡ଼ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ବିଶ୍ୱଜିତ ମନବୋଧ, ଏସ୍‌ଆଇ ଦେବାଶିଷ ଶତପଥୀ ଓ ପୋଲିସ ବଳ ମୁତୟନ ହୋଇଥିଲେ । ଏହି ଅବସରରେ ଟିଟିଲାଗଡ଼ ଲାୟଂସ କ୍ଲବ ତରଫରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.