ସରପଞ୍ଚ ପଦବୀ ପାଇଁ ଅଜା-ନାତିଙ୍କ ଲଢ଼େଇ : ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅର୍ନ୍ତଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର । କେଉଁଠି ଚିହ୍ନା ମୁହଁ ପ୍ରାର୍ଥୀ ପ୍ରଚାର କରୁଛନ୍ତି ତ ପୁଣି କେଉଁଠି ମଇଦାନକୁ ଓହ୍ଲାଇଛନ୍ତି ନୁଆଁ ଚେହେରା । ହେଲେ ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତରେ ୪ଜଣ ପ୍ରାର୍ଥୀ ଥିଲେ ମଧ୍ୟ ରୋଚକ ମୋଡ଼ରେ ରହିଛି ଅଜା-ନାତିଙ୍କ ଲଢ଼େଇ । ଦୁହେଁ ଗୋଟିଏ ପରିବାରର ହୋଇଥିଲେ ମଧ୍ୟ ନିର୍ବାଚନରେ ପରସ୍ପର ବିପକ୍ଷ ଦଳ ଭାବେ ହେଉଛନ୍ତି ସାମ୍ନା ସାମ୍ନି । ପୂର୍ବରୁ ସରପଞ୍ଚ ଥିବା ଅଭିଜ୍ଞ ରାଜନେତା ତଥା ଅଜା ଆଗରେ ନୁଆଁ ଚେହେରା ଭାବେ ନାତି କିଭଳି ଟକ୍କର ଦେବେ ତାକୁ ଅନାଇ ବସିଛନ୍ତି ଭୋଟର । ବଡ଼ବନ୍ଧ, ସିଲେଟକାନୀ ଓ କରୁଆଁଝର ୩ଟି ଗାଁକୁ ନେଇ ବଡ଼ବନ୍ଧ ପଞ୍ଚାୟତ ଗଠିତ । ଏହି ପଞ୍ଚାୟତରେ ୩୦୩୩ ଜଣ ଭୋଟର ରହିଥିବା ବେଳେ ୧୫୮୨ଜଣ ପୁରୁଷ ଓ ୧୪୫୧ଜଣ ମହିଳା ଭୋଟର ରହିଛନ୍ତି । ୩ଟି ଗାଁର ୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୦୨ମସିହାରୁ ରାଜନୀତିରେ ରହି ସରପଞ୍ଚ ହୋଇଥିବା ଅନ୍ତର୍ଯ୍ୟାମୀ ଭୋଇ ଜୋରସୋରରେ ଚଳାଇଛନ୍ତି ପ୍ରଚାର । ସେ ନିଜେ ଥରେ ସରପଞ୍ଚ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ରଞ୍ଜୁ ଭୋଇଙ୍କୁ ମଧ୍ୟ ଏହି ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ କରାଇଥିଲେ । ପଞ୍ଚାୟତ ନିର୍ବାଚନକୁ ନେଇ ଭରପୁର ଅଭିଜ୍ଞତା ଥିବା ପୂର୍ବ ସରପଞ୍ଚ ଶ୍ରୀ ଭୋଇଙ୍କ ବିପକ୍ଷରେ ତାଙ୍କ ନାତି ବବଲୁ ଭୋଇଙ୍କୁ କିଭଳି ଚକମା ଦେବେ ତାକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ଦିନ ସିଲେଟକାନୀ ଗାଁରେ ଘରକୁ ଘର ବୁଲି ଶ୍ରୀଯୁକ୍ତ ଭୋଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.