jayashree

ମାଟ୍ରିକ ପରୀକ୍ଷାରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଯୋଗୀସର୍ଡା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଯୋଗୀସର୍ଡା ହରିହର ହାଇସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଥିବା ଜଣାପଡିଛି । ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ-୧ ଗ୍ରେଡରେ ଦୁଇଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ରେ ୬ ଜଣ, ବି-୧ରେ ୨୧ ଜଣ, ବି-୨ରେ ୫ ଜଣ, ସି ଗ୍ରେଡରେ ୨ ଜଣ ଏବଂ ଡି ଗ୍ରେଡରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଯୋଗୀସର୍ଡା ସ୍ଥିତ ହରିହର ହାଇସ୍କୁଲର ୧୦୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ-୨ ଗ୍ରେଡରେ ଜଣେ, ବି-୧ରେ ୧୬ ଜଣ, ବି-୨ରେ ୨୯ ଜଣ, ସି ଗ୍ରେଡରେ ୩୮ ଜଣ ଏବଂ ଡି ଗ୍ରେଡରେ ୧୫ ଜଣ ଏବଂ ଇ ଗ୍ରେଡ୍‌ରେ ଜଣେ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ୟ୍ୟ ସନାତନ ମିଶ୍ର, ହରିହର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଏତାଦୃଶ ସଫଳତା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.