ଯୁବକବି କୃଷ୍ଣେନ୍ଦୁ ହୋତା ସମ୍ମାନିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡୁଭେଲା ସାହିତ୍ୟ ଘର ଆନୁକୂଲ୍ୟରେ ମଧୁବାବୁ ଜୟନ୍ତୀ ଅବସରରେ ସୀତାଦେବୀ ପବ୍ଲିକ ସ୍କୁଲରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ବିଜ୍ଞାପିତ ଅଞ୍ଚଳ ତୁଷୁରାର ନବ ନିର୍ବାଚିତ ଅଧ୍ୟକ୍ଷ ଅଜୟ ଜୈଶ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତୁଳସୀ ଜୈନ ମୁଖ୍ୟବକ୍ତା, ବରୁଣ ସାହୁ ଏବଂ ବିରେନ୍ଦ୍ର ଜୈନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଆଶୁକବି ହେମନ୍ତ ଦାସ ସଭାପତିର କାର୍ଯ୍ୟ ତୁଲାଇଥିବା ବେଳେ ନରସିଂହ ମେହେର ସଂଯୋଜନା କରିଥିଲେ । କବି ଓ କବୟିତ୍ରୀ ଯୋଗଦେଇ ନିଜର କବିତା ପାଠ କରିଥିଲେ । ସାହିତ୍ୟ ଜଗତରେ ଉଲ୍ଲେଖନୀୟ ଅବଦାନ ହେତୁ ଯୁବକବି କୃଷ୍ଣେନ୍ଦୁ ହୋତାଙ୍କୁ ସାହିତ୍ୟ ଘର ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.