om academy

ମୃତକ ପରିବାରକୁ ଆଦିବାସୀ ସମାଜର ସହାୟତା

jsm

କାଶୀପୁର : ମୃତକ ପରିବାରକୁ ଆର୍ଥିକ ସହାୟତା ଦେଲେ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତା । କାଶୀପୁର ବ୍ଲକ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତାମାନେ ଆଜି ଘୁମୁଣ୍ଡି ମାଣ୍ଡିଗ୍ରାମକୁ ଯାଇ ମୃତକଙ୍କ ପରିବାରକୁ ରାସନ ସାମଗ୍ରୀ ଦେବା ସହ ଆର୍ଥିକ ସହାୟତା କରିଛନ୍ତି ।

ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ଘୁମୁଣ୍ଡି ମାଣ୍ଡିଗ୍ରାମର ଗୋବିନ୍ଦ ମାଝୀଙ୍କ ଝିଅ ମଞ୍ଜୁଳା ମାଝୀ ଗୁରୁବାର ଦିନ କୁଟିଙ୍ଗ ଗୁଡ଼ା ନଦୀରୁ ବାଲି ଉଠାଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ମଞ୍ଜୁଳାଙ୍କ ଅକାଳ ବିୟୋଗରେ ଆଦିବାସୀ ସମାଜ ଶୋକ ବ୍ୟକ୍ତ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ । ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଜେନ୍ଦ୍ର ମାଝୀ, ଶିବରାମ ମାଝୀ, ଗୋବିନ୍ଦ ମାଝୀ, ସାନ୍ଧୁ ଚରଣ ମାଝୀ, ଦୁଲ୍ଲଭ ସାଉଁଟା, ପ୍ରତାପ ମାଝୀ, ତ୍ରିନାଥ ମାଝୀ, ଡମ୍ବୁରୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.