oom

ସାପ କାମୁଡ଼ାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ବିଜେଡ଼ି

jsmm

କାଶୀପୁର : କାଶୀପୁର ବ୍ଲକ ସିପିଯୋଡି ଗ୍ରାମରେ ସାପ କାମୁଡାରେ କୈଳାସ ବିଶିଙ୍କ ପତ୍ନୀ ବୃନ୍ଦା ବିଶି ଏବଂ ୧୧ ବର୍ଷର ପୁଅ ବିଜୟଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ରାତିରେ ମାଆ ଓ ପୁଅ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା । ମୃତକଙ୍କ ଦଶାହ କାର୍ଯ୍ୟ ଅବସରରେ ବିଜେଡି ନେତାମାନେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

ବିଜେଡି ନେତା ଗଙ୍ଗାଧର ପୁଆଲା, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ହରପ୍ରସାଦ ନାୟକ, ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ରତ୍ନମାଳା ପରିଚ୍ଛ ବିଷ୍ଣୁ ପ୍ରସାଦ ପାତ୍ର, ଲିଙ୍ଗ ନାଏକ, ଲାଛି ମାଝୀ, ଭାସ୍କର ପାଟଯୋସି ପ୍ରମୁଖ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ, ଲୁଗାପଟା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.