oom

ଉଜାଲା ସାଇନ ପାଉଡର କମ୍ପାନୀର ଏଜେଣ୍ଟ କହି ସୁନା ସଫା କରିବା ବାହାନାରେ ନେଇଗଲେ ସୁନା ଚୁଡ଼ି ଓ ଚେନ୍

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୁଣି ବଲାଙ୍ଗିର ଜିଲ୍ଲାରେ ଚାଂଚଲ୍ୟ । ସୁନା ସଫା କରିଦେବି କହି ଘର ଭିତରୁ ସୁନା ଚୁଡ଼ି ଓ ଚେନ୍‌ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ଆଠ ନମ୍ବର ୱାର୍ଡର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରେ ଘଟିଛି । ଗୁଲାବଙ୍କ ଘରୁ ସୁନା ସଫା କରିବା ବାହାନାରେ ନିଜକୁ ଉଜାଲା କମ୍ପାନୀର ଏଜେଣ୍ଟ କହି ଦୁଇଟି ସୁନା ଚୁଡ଼ି ଓ ଗୋଟିଏ ଚେନ୍‌ ନେଇ ଫେରାର୍‌ ମାରିଛନ୍ତି ଦୁର୍ବୃତ୍ତ । ପ୍ରାପ୍ତ ସୂଚନା ଅନୁଯାୟୀ ଠିକାଦାର ପଡ଼ାର ଗୁଲାବଙ୍କ ଘରକୁ ସକାଳ ସାଢେ଼ ଏଗାରଟା ସମୟରେ ଦୁଇ ଜଣ ଯୁବକ ନିଜକୁ ଉଜାଲା କମ୍ପାନୀର ଏଯେଣ୍ଟ କହି ଏଜେନ୍ସି ଦେବା ବାହାନାରେ ପ୍ରଥମେ ଗୁଲାବଙ୍କ ସ୍ତ୍ରୀ ଗୀତା ଦେବୀ ଅଗ୍ରୱାଲଙ୍କୁ ପାଖରେ ଥିବା ତମ୍ବାର ଜଗ ଦିଅନ୍ତୁ ବୋଲି କହି ସଫା କରି ଦେଖେଇ ଦେଲେ, ତାପରେ ଝିଆରୀ ପ୍ରାଞ୍ଜଳଙ୍କ ବେକରେ ପିନ୍ଧିଥିବା ସୁନା ଚେନ ମାଗିଲେ ଓ ଗୀତା ଦେବୀଙ୍କ ହାତରେ ପିନ୍ଧି ଥିବା ଦୁଇଟି ସୁନା ଚୁଡ଼ି ମଧ୍ୟ ସଫା କରିଦେବୁ ବୋଲି କହିଲେ । କଛି ସମୟ ପରେ ଗିନାରେ ପ୍ରଥମେ ପାଣି ଦେଲେ, ଉଭୟ ସୁନା ଜିନିଷକୁ ବି ପକାଇଦେଲେ ଏହା ପରେ କିଛି ପଥର ପକାଇବା ହେତୁ ପାଣିଟି କଳା ଦିଶିଲା । ଏହାପରେ ହଳଦୀ ମାଗିବା ସହ ଗ୍ୟାସରେ ପାଞ୍ଚ ମିନିଟ୍ ପାଇଁ ଗରମ କରିବା ଚାଲନ୍ତୁ ବୋଲି କହି ରୋଷେଇ ଘରକୁ ଗଲେ । ଆଉ ଘରକୁ ଗଲା ପରେ ପରେ ଅଖି ପିଛୁଳାକେ ଉଭୟେ ସେଠାରୁ ଫେରାର ମାରିବାରେ ସଫଳ ହୋଇଥିଲେ । ଆଶ୍ଚର୍ୟ୍ୟର ବିଷୟ ଯେ ସେମାନେ ଗଲା ବେଳେ ଘର ଲୋକ କେହି ବି କିଛି କହି ପାରିନଥିଲେ । ଯେମିତି କି ସେମାନେ ସ୍ତବ୍ଧ ହୋଇଯାଇଥିଲେ ପୁରା । ବାହାରକୁ ଯାଇ ଦେଖିଲା ବେଳକୁ କେହି ବି ନଥିଲେ । ଏନେଇ ପରିବାର ସଦସ୍ୟ ବାହାରେ ଖୋଜାଖୋଜି କରି ନ ପାଇବାରୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାରର ସଦସ୍ୟ ସେମାନଙ୍କୁ ଧରିବାକୁ ପୋଲିସକୁ ଗୁହାରି କରିଛନ୍ତି ।

jittmm
Leave A Reply

Your email address will not be published.