oom

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର୍ ମୃତ

jsmm

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୋପ ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ୧୨ ଚକିଆ ଟ୍ରକ୍ ପିକ୍‌ଅପ୍ ଭ୍ୟାନ୍‌କୁ ଧକ୍କା ଦେବା ଫଳରେ ପିକ୍‌ଅପ୍ ଭ୍ୟାନ୍‌ ଡ୍ରାଇଭର୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପାରାଦୀପ ଆଡୁ ଏକ ପିକଅପ୍ ଭ୍ୟାନ୍ ଖୁଦ ବସ୍ତା ଲଦି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା ଠିକ୍‌ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୧୨ ଚକିଆ ଟ୍ରକ୍‌ର ଆଗ ଚକ ଫାଟିଯିବା ଫଳରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ୟାନ୍‌କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ଡ୍ରାଇଭର୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଡ୍ରାଇଭର୍ ଓ ହେଲ୍‌ପର୍ ଗୁରୁତର ହୋଇଛନ୍ତି । ମୃତ ପିକଅପ୍ ଭ୍ୟାନ୍ ଚାଳକ ମାର୍ଶାଘାଇ ଅଞ୍ଚଳର ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.