om academy

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପରିବାର ଲୋକଙ୍କ ସାମ୍ନାରେ ୮ ବର୍ଷ ବାଳକର ମୃତ୍ୟୁ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରଟ୍ରକରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ପିଟି ହେବାରୁ ଜଣେ ୮ ବର୍ଷ ବାଳକର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତରାତିରେ ଏରସମା ଅଞ୍ଚଳର ଏକ ପରିବାରର ବାପା, ମାଁ, ପୁଅ, ଝିଅ ଏକ ବୋଲେରୋ ଯୋଗେ କଟକରୁ ଗାଁ ଅଭିମୁଖେ ଯାଉଥିଲେ । ରଘୁନାଥପୁର ଖଣ୍ଡତିରା ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଟ୍ରେଲରଟ୍ରକ ଛିଡ଼ା ହୋଇଥିଲା । ଦ୍ରୁତ ଗତିରେ ଯାଉଥିବା ବୋଲେରୋଟି ଟ୍ରେଲରଟ୍ରକରେ ପିଟି ହେବାରୁ ଘଟଣାସ୍ଥଳରେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସମେତ ବାପା, ମା’ ଝିଅ ଗୁରୁତର ହୋଇପଡ଼ିଛନ୍ତି । ଖବର ପାଇ ପୁଲିସ୍‌ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛି । ଦୁର୍ଘଟଣାରେ ସମ୍ପୃକ୍ତ ଟ୍ରେଲରଟ୍ରକ ସହ ତାର ଡ୍ରାଇଭରକୁ ପାରାଦୀପ ଲକଥାନା ପୁଲିସ୍‌ ଅଟକ ରଖିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି ।

Leave A Reply

Your email address will not be published.