ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ବଡ଼ବିଲ : ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ଗତକାଲି ମଧ୍ୟରାତ୍ରୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ଶିଶୁମନ୍ଦିର ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ହାଇୱକୁ ଏକ ଟ୍ରେଲର ପଛପଟୁ ଧକ୍କା ଦେଇଥିଲା ଫଳରେ ଟ୍ରେଲରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର ଓ ହେଲପର ଜୀଅନ୍ତା ଜଳିଯାଇଥିବା ଜଣାପଡିଛି । ଖବର ପାଇ ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.