oom

ନବରଙ୍ଗପୁର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ

jsmm

ଉମରକୋଟ : ନବରଙ୍ଗପୁରର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ ଗସ୍ତରେ ଉମରକୋଟ ବ୍ଲକର ପ୍ରସିଦ୍ଧ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି ଭି.କେ ପଣ୍ଡିଆନ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ଵଂସାବଶେଷ ଜିନିଷ ଦେଖିଥିଲେ । ଏହାପରେ ସେଠାରେ ରହିଥିବା ସଂଗ୍ରହାଳୟ ବୁଲି ଦେଖିଥିଲେ । ପରେ ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ।

ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର ଦାବୀ ସବୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗାଦି ମା’ ମନ୍ଦିରକୁ ପାହାଚ, ସଂଗ୍ରହାଳୟର ଉନ୍ନତି ସହ ସେଠାରେ ଏକ ଶିଶୁ ଉଦ୍ୟାନ, ଚଉଁରା ମନ୍ଦିରର ପୁନଃ ନିର୍ମାଣ ଇତ୍ୟାଦି କାମ ପାଇଁ ଯୋଜନା ଚାଲିଛି । ଏଥିପାଇଁ ପୋଡ଼ାଗଡ଼ ଟ୍ରଷ୍ଟ ପକ୍ଷରୁ ୪ କୋଟି ୬୦ ଲକ୍ଷ ବ୍ୟୟ ଖର୍ଚ୍ଚରେ ଉନ୍ନତି ପାଇଁ ଅନୁରୋଧ କରାଯାଇଥିଲା । ଏହାକୁ ୭ ଦିନ ମଧ୍ୟରେ ଅର୍ଥ ମଞ୍ଜୁରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ସମସ୍ତ କାମକୁ ୬ ମାସ ମଧ୍ୟରେ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ମନ୍ଦିର କମିଟି ପକ୍ଷରୁ ୫ଟି ସଚିବ ଭି.କେ ପଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିବା ସହ ମା’ଙ୍କର ଏକ ଫଟୋ ଚିତ୍ର ଭେଟି ଦେଇଥିଲେ । ଆଜି ଏହି ଗସ୍ତରେ ବିଡ୍ରି ଠାକୁରାଣୀଙ୍କ ପୂଜାର୍ଚ୍ଚନା ଏବଂ ଆଲୋଚନା ପରେ ଉମରକୋଟ ବ୍ଲକର ଐତିହାସିକ ପୀଠ ପୋଡ଼ାଗଡ଼ ପର୍ଯ୍ୟଟନସ୍ଥଳୀର ଉମରକୋଟର ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ପରେ ଉମରକୋଟର ଆର୍‌ଏମ୍‌ସି ୟାର୍ଡ, ଉମରକୋଟ ବ୍ଲକ ପୂଜାରୀଗୁଡ଼ାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟର ଜାମରୁଣ୍ଡା ୫-ଟି ହାଇସ୍କୁଲ, ଉମରକୋଟର ଆହାର କେନ୍ଦ୍ର, ଝରିଗାଁର ସତୀଘାଟ ଓ ଚନ୍ଦାହାଣ୍ଡି ବ୍ଲକ ମାଲଗାଁରେ ପ୍ରସ୍ତାବିତ ତେଲ ସମନ୍ୱିତ ଜଳ ଓ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.