sss
lll

ପତିତପାବନ ଏକାଡେମୀର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଙ୍ଗିର ବ୍ଲକ ଧୁମାଭଟା  ବାଣୀଶ୍ରୀ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଶ୍ରୀ ପାଢୀ ଦୀର୍ଘ ୩୫ ବର୍ଷ କାଳ ଧରି  ଶିକ୍ଷକତା ଜୀବନରେ ସବୁବେଳେ ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ଅନୁଶାସନକୁ ପ୍ରାଥମିକତା ଦେଇ ଆସିଥିଲେ । ଶ୍ରୀ ପାଢୀଙ୍କ ସମୟରେ ପତିତପାବନ ଏକାଡେମୀ  ଜିଲ୍ଲାସ୍ତରରୁ ଯାଇ ରାଜ୍ୟସ୍ତରରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ଶ୍ରୀ ପାଢୀ ପି.ପି ଏକାଡେମୀରେ ୧୩.୦୯.୨୦୨୦ରୁ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟଭାର ଗ୍ରହଣ କରି ଦକ୍ଷତାର ସହ ନିଜର ଦାୟିତ୍ଵ ତୁଲାଇ ଆସିଥିଲେ । ପି.ପି ଏକାଡେମୀର ଡ଼ାଇମଣ୍ଡ ଜୁବୁଲିକୁ ସଫଳତାର ସହ ସମାପନ କରିବା ଦିଗରେ ଶ୍ରୀ ପାଢୀଙ୍କ କାର୍ଯ୍ୟ ଦକ୍ଷତାକୁ ବିଭିନ୍ନ୍ ମହଲରେ ପ୍ରଶଂସା କରାଯାଇଛି । ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ସଭାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଧାନ ଶିକ୍ଷକଙ୍କ ଚାକିରୀ ଜୀବନର ବିଭିନ୍ନ ଦିଗ ଓ ସ୍କୁଲର ପାରିପାଶ୍ୱିର୍କ ଉନ୍ନତି କ୍ଷେତ୍ରରେ ଶ୍ରୀ ପାଢୀଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସ୍କୁଲକୁ ସର୍ବାଙ୍ଗ ସୁନ୍ଦର କରିବା ଦିଗରେ ଶ୍ରୀ ପାଢୀଙ୍କ ଅବଦାନ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଶ୍ରୀ ଏହି ସଭାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.