oom

ପ୍ରଦୁଷଣ ମୁକ୍ତ ଭାରତ ସଚେତନତା ପଦଯାତ୍ରୀଙ୍କୁ ରେଡକ୍ରସ କର୍ମୀଙ୍କ ଉତ୍ସାହିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଦୁଷଣ ମୁକ୍ତ ଓ ସ୍ଵଚ୍ଛ ଭାରତ ବର୍ଷର ସପ୍ନ ନେଇ ବାହାରିଥିବା ତିନି ପଦଚାରୀଙ୍କୁ ରେଡକ୍ରସ କର୍ମୀମାନେ ଉତ୍ସାହ ପ୍ରଦାନ କରିଛନ୍ତି । ଅକ୍ଟୋବର ମାସ ୭ ତାରିଖରୁ ରାୟପୁର ଠାରୁ ପଦଯାତ୍ରା ଶୁଭାରମ୍ଭ କରି ସମଗ୍ର ୨୯ ଗୋଟି ରାଜ୍ୟକୁ ଭ୍ରମଣରେ ଯାଇ ସଚେତନ ବାର୍ତ୍ତା ପ୍ରଦାନ କରିବା ପାଇଁ ୩ଜଣ ଯୁବ ପ୍ରତିଭା ଉଦ୍ୟମ ରଖିଛନ୍ତି । ଝାରଖଣ୍ଡର ଅମିତ ପାସ୍ୱାନ, ଛତିଶଗଡର ସୌରଭ ଦେବାଙ୍ଗନ, ଉତ୍ତରପ୍ରଦେଶର ଅମିତେଶ ଶର୍ମା ପ୍ରମୁଖ ତିନି ଜଣ ଯୁବକ ସ୍ୱଚ୍ଛତା ଓ ପ୍ରଦୁଷଣ ମୁକ୍ତ ବିଚାରଧାରାକୁ ନେଇ ଏହି ଅଭିଯାନରେ ସାମିଲ ଅଛନ୍ତି । ଆବଶ୍ୟକ ନ ଥିଲେ ଗାଡି ତଥା ଯାନ ବ୍ୟବହାର ନ କରି ପାଦରେ ଚାଲି ଜନସାଧାରଣ କାର୍ଯ୍ୟ ସଂପାଦନ କରିବାକୁ ଅନୁରୋଧ କରିଛନ୍ତି । ଶାରିରୀକ ପରିଶ୍ରମ ଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବେ ଏବଂ ପରିବେଶ ପ୍ରଦୁଷଣ ମୁକ୍ତ ରହିବା ସହିତ କମ୍ ଇନ୍ଧନ ବ୍ୟବାହାର ଦ୍ଵାରା ଭାରତର ଅର୍ଥନୀତିର ବିକାଶ ହୋଇ ପାରିବ ବୋଲି ସେମାନେ ମତ ରଖୁଛନ୍ତି । ଏହି ମହାନ ଉଦ୍ଦେଶ୍ୟକୁ ନେଇ ଆସିଥିବା ପଦଯାତ୍ରୀ ମାନଙ୍କୁ ବରଗଡ ଏବଂ ବଲାଙ୍ଗିର ଜିଲ୍ଲାର ସୀମାନ୍ତରେ ଥିବା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ମହିଖଣ୍ଡ ଗ୍ରାମରୁ ରେଡକ୍ରସ କର୍ମୀ ରବିଚନ୍ଦ୍ର ପଶାୟତ, ରାମ ନାରାୟଣ ଦାଶ, ଦୁର୍ଯ୍ୟାଧନ ପଶାୟତ ତଥା ଉପସ୍ଥିତ ଗ୍ରାମବାସୀ ମାନେ ଫୁଲତୋଡା ଦେଇ ଶୁଭେଚ୍ଛା ପ୍ରଦାନ କରିଛନ୍ତି ଓ ସୁବର୍ଣ୍ଣପୁର ଜିଲ୍ଲାର ସୀମାରେ ପହଞ୍ଚାଇବାରେ ସେମାନଙ୍କ ଅଭିଯାନରେ ସହାୟକ ହୋଇଛନ୍ତି ।

jittmm
Leave A Reply

Your email address will not be published.