ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଆସନ୍ତା ୧୦ ଏବଂ ୧୧

ଭୁବନେଶ୍ଵର : ଆସନ୍ତା ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ଓ କଟକ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ଵର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଅପରାହ୍ଣରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ୧୧ ତାରିଖ ସକାଳେ ରାଷ୍ଟ୍ରପତି ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ପୂର୍ବାହ୍ନରେ କଟକ ବିଦ୍ୟାଧରପୁର ସ୍ଥିତ ଭାରତୀୟ କୃଷି ଗବେଷଣା ଅଧିନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୨ୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଯୋଗ ଦେବାକୁ ଥିବା ଉତ୍କଳ ମଣ୍ଡପ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଏବଂ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ସିଧା ପ୍ରସାରଣ କରାଯିବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଭିନ୍ନ ଗଣମାଧ୍ୟମକୁ ଫିଡ୍ ବ୍ୟବସ୍ଥା ଦିଆଯାଇଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ସ୍ଥିର ଚିତ୍ର ଏବଂ ଭିଡିଓ କଭରେଜ୍ ପାଇଁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.