ଏପ୍ରିଲ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏସନ୍‌ ଆନୁକୂଲ୍ୟରେ ଆୟୋଜିତ ହେବ । ଭୁବନେଶ୍ୱରର କିଟ୍‌ ଓ କିସ୍‌ ଷ୍ଟାଡିୟମ୍‌ ପରିସରରେ ପ୍ରତିଯୋଗିତା ଆୟୋଜନ କରାଯିବ । ୧୪ ବର୍ଷରୁ କମ୍‌ ସହିତ ୧୬, ୧୮, ୨୦ ଓ ୨୩ ବର୍ଷରୁ କମ୍‌ ବର୍ଗର ବାଳିକ ଓ ବାଳିକା ବିଭାଗରେ ପ୍ରତିଯୋଗିତା ହେବ ବୋଲି ଜଣାପଡିଛି । ଏଥିରୁ ମନୋନୀତ ହେବାକୁ ଥିବା ଶ୍ରେଷ୍ଠ ଆଥ୍‌ଲେଟ୍‌ ମାନେ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆସୋସିଏସନ୍‌ ସମ୍ପାଦକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.