jayashree

ନୃସିଂହନାଥରେ ଲକ୍ଷେ ଘର ଗଣ୍ଡା ସାମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ଉତ୍ସବ ନୃସିଂହନାଥଠାରେ ସଭାପତି ଯୁଧିଷ୍ଠିର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ୨୨ଟି ପଞ୍ଚାୟତର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରଥମେ କଳସ ଶୋଭାଯାତ୍ରା କରି ନୃସିଂହନାଥ ମନ୍ଦିରର ଝରଣାରୁ ପାଣି ଆଣି କଳସ ସ୍ଥାପନ କରାଯାଇଥିଲା । ସଭାରେ ସରକାରୀ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ କ୍ଷେତ୍ରୀ ଲୁହାର, ଯୁଗଳ କିଶୋର ମହାନନ୍ଦ, ଗୋବିନ୍ଦ ବାଗ, ସାଧାରଣ ସମ୍ପାଦକ ଦେବାର ଛତର, କୋଷାଧ୍ୟକ୍ଷ ରାଜୁ ମହାନନ୍ଦ, ଶରତ ତାଣ୍ଡି, ଗୋବିନ୍ଦ ସୁନା ଓ ମନୋରଞ୍ଜନ ସୁନା ମଞ୍ଚାସୀନ ଥିଲେ । ସଭାକୁ ସମ୍ପାଦକ ଲଲିତ ଜଗତ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ଡ. ବି. ଆର୍ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମନୋରଞ୍ଜନ ସୁନା ଓ ଆଦି ମୁନା ଆମ୍ବେଦକରଙ୍କ ଉପରେ ଆଧାରିତ ଗୀତ ଗାନ କରିଥିଲେ । ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ତରଫରୁ ନବ ନିର୍ବାଚିତ ସରପଞ୍ଚ, ସମିତି, ନାଏବ ସରପଞ୍ଚଙ୍କୁ ପୁଷ୍ପମାଲ୍ୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଲକ୍ଷେ ଘର ଗଣ୍ଡା ସାମାଜ ସୁପରିଚିତ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଶ୍ରୀମତୀ କମଳା ତାଣ୍ଡି ଓ ଉଦୀୟମାନ ଯୁବ କଳାକାର ନାଟ୍ୟକାର ତଥା ନିର୍ଦ୍ଦେଶକ ଲଲିତ ଜଗତଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ନବ ନିର୍ବାଚିତ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଳା ବତୀ ତାଣ୍ଡି, ଛେତଙ୍ଗା ସରପଞ୍ଚ ଶ୍ରୀମତୀ ବନିତା ମହାନନ୍ଦ, ବରତୁଣ୍ଡା ସରପଞ୍ଚ ଶ୍ରୀମତୀ ରୀତା ସୁନା, ମିଠାପାଲି ସମିତି ସଭ୍ୟା ଶ୍ରୀମତୀ ରମଲା ଲୁହାର, ଲଖମରା ସମିତି ସଭ୍ୟା ଶ୍ରୀମତୀ ଶିବାନୀ ଲୁହାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.