oum

କମଳା ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

jsm

ଭୁବନେଶ୍ୱର : ଲେଖିକା କମଳା ଶତପଥୀ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ । ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୂଳ ତେଲୁଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ପୁରସ୍କାର ବାବଦରେ କମଳାଙ୍କୁ ୫୦ ହଜାର ଟଙ୍କା ଏବଂ ଏକ ତାମ୍ରଫଳକ ପ୍ରଦାନ କରାଯିବ । କମଳା ‘ହାଏ ମୁମ୍ବାଇ’, ‘ସଲାମ ମୁମ୍ବାଇ’, ‘ଫଗୁଣଟା ଫେରିଗଲା ପରେ’, ‘ମାୟା ନଗରୀ କୋଳେ’ ଭଳି ଅନେକ ଉପନ୍ୟାସ ମଧ୍ୟ ରଚନା କରିଛନ୍ତି ।

Leave A Reply

Your email address will not be published.