oom

ସମ୍ବଲପୁରକୁ ରାଜସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ ପୁରସ୍କାର

jsmm

ସମ୍ବଲପୁର : ଭାରତ ସ୍କାଉଟ୍ସ ଓ ଗାଇଡର ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ ବିଶ୍ୱାଳଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନଜନକ ପୁରସ୍କାର ଚଳିତ ବର୍ଷ ସମ୍ବଲପୁର ଜିଲାକୁ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ବେଳେ ପ୍ରତି ବର୍ଷ ପ୍ରତ୍ୟେକ ଜିଲ୍ଲାର ଦକ୍ଷ ଓ କର୍ମଠ ଜଣେ ସ୍କାଉଟ ମାଷ୍ଟର ଓ ଜଣେ ଗାଇଡ କ୍ୟାପଟେନ ଶିକ୍ଷକଙ୍କୁ ଏହି ପ୍ରଦାନ କରାଯାଇଥାଏ । ଏହି କ୍ରମରେ ସମ୍ବଲପୁର ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ସ ଓ ଗାଇଡର ମୁଖ୍ୟ କମିଶନର ମୀନାରାଣୀ ମଙ୍ଗଳ ଏବଂ ସମ୍ପାଦକ ଜଗବନ୍ଧୁ ବେହେରାଙ୍କ ସ୍ୱିକୃତିରେ ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ର ସମ୍ବଲପୁର ଜିଲ୍ଲାରୁ ସ୍କାଉଟ ମାଷ୍ଟର ଲକ୍ଷ୍ମଣ ନାଥ (ଆଇଜିଏଚ୍‌ଏସ୍‌ ମୁଣ୍ଡେନପାଲି) ଏବଂ ଗାଇଡ କ୍ୟାପଟେନ ଶ୍ରୀମତୀ କ୍ଷେତ୍ରମଣି ପଣ୍ଡା (ଭିଏସ୍‌ଏସ୍‌ ହାଇସ୍କୁଲ କବରାପାଲି)ଙ୍କୁ ଶ୍ରେଷ୍ଠ ଶିକ୍ଷକ ରୂପେ ‘ବସନ୍ତ ବିଶ୍ୱାଳ – ୨୦୨୨’ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ ମୁଖ୍ୟାଳୟଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବଲପୁର ଜିଲ୍ଲାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ମିଳିବା ପରେ ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷାପ୍ରେମୀ ଓ ଅଞ୍ଚଳବାସୀଙ୍କ ତରଫରୁ ଖୁସି ବ୍ୟକ୍ତ କରାଯାଇ ଅଭିନନ୍ଦନ ଦିଆଯାଇଛି ।

jittmm
Leave A Reply

Your email address will not be published.