ଲୋଇସିଂହା ଗାନ୍ଧୀଛକ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗାନ୍ଧୀଛକ ସ୍ଥିତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ସଭାପତି ବବଲୁ ଦଲେଇଙ୍କ ନେତୃତ୍ଵରେ ସୋମବାର ପୂର୍ବାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଲୋଇସିଂହା ଜମିଦାର ରାଜନନ୍ଦିନୀ ଅର୍ଚ୍ଚନା ସିଂହ ରାଏ, ଭଉଣୀ ବନ୍ଦନା ସିଂହ ରାଏ, ନନ୍ଦକିଶୋର ଭୋଇ, ଅଶ୍ୱିନୀ ମେହେର, ଆୟୁଷ ରଞ୍ଜନ ବିଶୋଇ, କାର୍ତ୍ତିକ ମେହେର, ସୁମନ୍ତ ଭୋଇ, ସରୋଜ ମାହାନା, ଟିକୁ ଦଳେଇ, ରାକେଶ ଦଳେଇ, ସୁରଜ ଭୋଇ, ଯଶୋବନ୍ତ ମାହାନା ପ୍ରମୁଖ ଶ୍ରଦ୍ଧାଳୁଙ୍କ ପରିଚାଳନା କ୍ରମେ ଅନ୍ନଭୋଗର ବ୍ୟବସ୍ଥା ହେଇଥିଲା । ଆସନ୍ତା ୪ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୁହିକ ଅନ୍ନ ପ୍ରସାଦର ବ୍ୟବସ୍ଥା ହେବ ବୋଲି ସଂପାଦକ ବ୍ରଜମୋହନ ବିଶୋଇ ଓ କୋଷାଧ୍ୟକ୍ଷ ନନ୍ଦ କିଶୋର ଭୋଇ (କୁନା) ସୂଚନା ଦେଇଛନ୍ତି ।

Leave A Reply

Your email address will not be published.